ଭଦ୍ରକ ଛେଳିଆ ନଈରେ ମାଛ ମାରୁଥିବା ବେଳେ ହଠାତ୍ ଝାମ୍ପ ମାରିଲା କୁମ୍ଭୀର, ଆକ୍ରମାଣରେ ଜଣେ ଗୁରୁତର

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ପିରାହାଟ ଥାନା ଅଧିନସ୍ଥ ଶ୍ଯାମସୁନ୍ଦରପୁର ଗାଁର ଛେଳିଆ ନଈରେ କିଛି ଲୋକ ମାଛ ମାରୁଥିବା ବେଳେ ହଠାତ ଏକ କୁମ୍ଭୀର ଝାମ୍ପ ମାରିଥିଲା। ଗଗନ ଦାସ ନାମକ ଜଣେ ବ୍ଯକ୍ତିଙ୍କୁ କୁମ୍ଭୀରଟି ଆକ୍ରମଣ କରିଥିଲା।

ପାଖରେ ଥିବା କିଛି ଲୋକ ପାଟି କରିବା ସହ ଗଗନକୁ କୁମ୍ଭୀର ମୁହଁରୁ ଉଦ୍ଧାର କରିଥିଲେ ମଧ୍ଯ ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ତିହିଡି ମେଡିକାଲ ଓ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ପରିବାର ଲୋକ କହିଛନ୍ତି। ଅନ୍ଯପଟେ ଗାଁ ଲୋକ କୁମ୍ଭୀରକୁ ବାନ୍ଧି ଗାଁ ପାଖ ପୋଖରୀରେ ରଖି ବନଖଣ୍ଡ ବିଭାଗକୁ ଖବର ଦେଇଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.