Below header

ଘଟଗାଁ : ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ମୃତ

ଘଟଗାଁ(କେନ୍ୟୁଜ୍) : କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଯୁବକର ମୃତ୍ୟୁ ଘଟିଛି । ଖବର ଅନୁଯାୟୀ ମୃତକ ଯୁବକ ଜଣକ ହରିଚନ୍ଦନପୁର ଗ୍ରାମ ପଞ୍ଚାୟତ ହରିଡାଗୋଠ ଗ୍ରାମର ସଦାଇ ମାଝୀଙ୍କ ପୁଅ ରାମ ମାଝୀ(୨୦) ବୋଲି ଜଣାପଡ଼ିଛି । ଯୁବକ ଜଣକ ହରିଚନ୍ଦନପୁର ନିକଟସ୍ଥ ରେଲୱ ବାଇପାସ୍ ଛକରେ ନୂତନ ନିର୍ମାଣ ହେଉଥିବା ଦୋକାନ ଘରରେ ଶ୍ରମିକ ଭାବେ କାମ କରୁଥିଲେ । କାର‌୍ୟ୍ୟରେ ଭାଡା ବାନ୍ଧିବା ନିମନ୍ତେ ଲୁହା ପାଇପ୍ ଆଣୁଥିବା ବେଳେ ନିକଟରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସହ ପାଇପ୍ ବାଜି ଯାଇଥିଲା ।

ଫଳରେ ଯୁବକ ଜଣକ ଘଟଣାସ୍ଥଳରେ ଗୁରୁତର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ଆରମ୍ଭ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ଡାକ୍ତର ଘୋଷଣା କରିଛନ୍ତି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବାର ପୋଲିସ ସୂତ୍ରରୁ ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.