ରେପୋ ରେଟ୍ ୨୫ ବେସିସ ପଏଣ୍ଟ ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ(କେନ୍ୟୁଜ୍): ନୂଆ ଆର୍ଥିକ ବର୍ଷରେ ସାଧାରଣ ନାଗରିକଙ୍କୁ ବଡ଼ ଆଶ୍ୱସ୍ତି। ରେପୋ ରେଟ ୨୫ ବେସିସ ପଏଣ୍ଟ ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଏହାଦ୍ୱାରା ବର୍ତ୍ତମାନ ରେପୋ ରେଟ ୬ପ୍ରତିଶତକୁ କମିଛି। ଫେବ୍ରୁଆରୀ ମାସରେ ଆରବିଆଇ ରେପୋରେଟ୍‌ ୬.୨୫ ପ୍ରତିଶତକୁ କମାଇଥିଲା। ଏବେ ପୁଣି ଥରେ ଏହାକୁ ହ୍ରାସ କରାଯାଇଛି। ଆରବିଆଇର ମନିଟାରି ପଲିସୀ କମିଟିର ବୈଠକରେ ଋଣ ଦର ହ୍ରାସ ନେଇ ଏହି ନିଷ୍ପତ୍ତି ହୋଇଛି। ରେପୋ ରେଟ ଅନୁସାରେ ଆଇବିଆଇ ବିଭିନ୍ନ ବ୍ୟାଙ୍କଗୁଡିକୁ ଋଣ ପ୍ରଦାନ କରିଥାଏ। ବ୍ୟାଙ୍କମାନଙ୍କୁ ଋଣ ହାର କମିବା ପରେ ବ୍ୟାଙ୍କଗୁଡ଼ିକ ଗ୍ରାହକମାନଙ୍କ ପାଇଁ ଋଣ ହାର କମାଇବା ସମ୍ଭାବନା ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.