କାଳ ହେଲା ନଦୀରେ ଗାଧୁଆ, ଇନ୍ଦ୍ରାବତୀ ନଦୀରେ ବୁଡି ମ୍ୟାନେଜରଙ୍କ ମୃତ୍ୟୁ
କାଳ ହେଲା ନଦୀରେ ଗାଧୁଆ । ଇନ୍ଦ୍ରାବତୀ ନଦୀରେ ଗାଧୋଇବା ବେଳେ ପାଣିରେ ବୁଡି ଏକ ଠିକା ସଂସ୍ଥା କମ୍ପାନୀର ସିନିୟର ମ୍ୟାନେଜରଙ୍କ ମୃତ୍ୟୁ ହୋଇଛି । ମୃତକ ଆର କେ ଇମ୍ଫ୍ରା କମ୍ପାନୀର ସିନିୟର ମାନେଜର ଦୁର୍ଗେସ୍ ବ୍ରମ ଭଟ ।
ନବରଂଗପୁର(କେନ୍ୟୁଜ) : କାଳ ହେଲା ନଦୀରେ ଗାଧୁଆ । ଇନ୍ଦ୍ରାବତୀ ନଦୀରେ ଗାଧୋଇବା ବେଳେ ପାଣିରେ ବୁଡି ଏକ ଠିକା ସଂସ୍ଥା କମ୍ପାନୀର ସିନିୟର ମ୍ୟାନେଜରଙ୍କ ମୃତ୍ୟୁ ହୋଇଛି । ମୃତକ ଆର କେ ଇମ୍ଫ୍ରା କମ୍ପାନୀର ସିନିୟର ମାନେଜର ଦୁର୍ଗେସ୍ ବ୍ରମ ଭଟ ।
ନବରଙ୍ଗପୁର ସହର ଉପକଣ୍ଠରେ ଥିବା ଇନ୍ଦ୍ରାବତୀ ନଦୀରେ ଅଭାବନୀୟ ଘଟଣା ଘଟିଛି। ଦୁର୍ଗେସ୍ ସ୍ତ୍ରୀ ଓ କିଛି କର୍ମଚାରୀଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଗଭୀର ପାଣିରେ ବୁଡି ଯାଇଥିଲେ ଦୁର୍ଗେସ୍ । ଖବର ପାଇ କର୍ମଚାରୀ ଓ କିଛି ଗ୍ରାମବାସୀ ପହଞ୍ଚି ଦୁର୍ଗେସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ।
ସେଠାରେ ଡାକ୍ତର ଦୁର୍ଗେସଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହ ବ୍ୟବଚ୍ଛେଦ ପରେ ମୃତଦେହକୁ ଭୋପାଲକୁ ତାଙ୍କ ଗାଁକୁ ପଠାଯାଇଛି । ଏହି ଚେକ୍ ଡ୍ୟାମ୍ ନିକଟରେ ଗତ ୫ଦିନ ମଧ୍ୟରେ ଏ ହେଉଛି ୨ୟ ଘଟଣା । କିଛିଦିନ ପୂର୍ବରୁ ଜଣେ କଳେଜ ଛାତ୍ରଙ୍କରମ ମଧ୍ୟ ପାଣିରେ ବୁଡି ମୃତ୍ୟୁ ହୋଇଥିଲା ।