ଦିନ ମଜୁରିଆ ଘରେ ଦାରୁଣ ଦୁଃଖ: ମା’ର କିଡନି ରୋଗ ଭଲ କରିବାକୁ ଯାଇ ପୁଅ ବି କିଡନି ରୋଗରେ ଅସୁସ୍ଥ

ଯାଜପୁର ରୋଡ(କେନ୍ୟୁଜ୍): ମା’କୁ ଭଲ କରିବାକୁ ଯାଇ ପୁଅ ହେଲେ ଗୁରୁତର ଅସୁସ୍ଥ । ଯେଉଁ ମାର କିଡନି ରୋଗକୁ ଭଲ କରିବା ପାଇଁ ପୁଅ ଦାଦନ ଖଟିବାକୁ ଯାଇଥିଲେ ସେହି ପୁଅ ଏବେ କିଡନି ରୋଗରେ ପୀଡିତ ଅଛନ୍ତି ।  ବିଂଝାରପୁର ପ୍ରିତିପୁର ପାତ୍ରସାହିର ନବଘନ ପାତ୍ରଙ୍କ ପରିବାର ଏବେ ଦୁଃଖରେ ଦୀନ କାଟୁଛନ୍ତି । ନବଘନ ଦିନ ମଜୁରିଆ ଭାବେ କାମ କରି ପରିବାର ଭରଣ ପୋଷଣ କରିଥାନ୍ତି । କିନ୍ତୁ ନବଘନଙ୍କ ପତ୍ନୀ ମଲ୍ଲୀ କିଛି ବର୍ଷ ହେଲା ଗୁରୁତର କିଡନି ରୋଗରେ ପିଡିତ ଥିଲେ । ତାଙ୍କ ଚିକିତ୍ସା ପାଇଁ ପୁଅ କାହ୍ନୁ ତାମିଲନାଡୁର ଏକ ସୁତା କଳରେ କାମ କରୁଥିଲେ । ଅଧିକ ଟଙ୍କା ରୋଜଗାର କରି ନିଜ ମାକୁ ଭଲ କରିବା ପାଇଁ ଯୋଜନା କରୁଥିବା ବେଳେ ସେ ମଧ୍ୟ କିଡନି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏଭଳି ସ୍ଥିତିରେ ପରିବାର ସଦସ୍ୟ ମାନେ ସଂପୁର୍ଣ୍ଣ ଭାଙ୍ଗି ପଡିଛନ୍ତି ।

ଯେଉଁଠି ପ୍ରତିଦିନ ଦି ମୁଠା ଦି ଓଳି ଖାଇବା ଯୋଗାଡ କରିବା ଅସମ୍ଭବ ହୋଇପଡେ ସେଠି ଦୁଇ ଦୁଇ ଜଣଙ୍କର କିଡିନି ଚିକିତ୍ସା କରିବା କଣ ସମ୍ଭବ ହେବ? ଚିକିତ୍ସା ପାଇଁ କେଉଁଠୁ ଆସିବ ଏତେ ଟଙ୍କା? କିଏ ହେବ ଏହି ପରିବାର ପାଇଁ ଆଶା ଭରଷା । ସାହି ପଡିଶା ଓ ସଂପର୍କିୟ ମାନଙ୍କ ସହଯୋଗରେ ଉଭୟଙ୍କ ଯଥେକଷ୍ଟେ ଚିକିତ୍ସା ଚାଲୁଛି । କିନ୍ତୁ ଉଭୟଙ୍କ ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଆବଶ୍ୟକ ଥିବା ବେଳେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି । ଏପରିକି କେହି ବଦାନ୍ୟ ବ୍ୟକ୍ତି ଚାହିଁଲେ ଉଭୟ ମା ଓ ପୁଅଙ୍କ ଜୀବନ ବଂଚିଯାଆନ୍ତା ବୋଲି ପରିବାର ଲୋକେ ଆଶା କରିଛନ୍ତି । ସେଥିପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ଥରରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ସେପଟେ ଏ ନେଇ ପିଡିତ ପରିବାର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାରେ ବ୍ୟବସ୍ଥା କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି ।

ପରିବାରକୁ ଗୋଟିଏ ବିପଦ ପରେ ଆଉ ଗୋଟିଏ ବିପଦ ପଡିଛି । ଏଭଳି ସ୍ଥିତିରେ ଲକ୍ଷ ଲକ୍ଷ ଟଙ୍କା ଜୋଗାଡ କରି ଉଭୟଙ୍କ ଚିକିତ୍ସା କରିବା ବଡ କଷ୍ଟକର । ସେଥିପାଇଁ ଏହି ପରିବାରକୁ ସାହାଯ୍ୟ କରିବାକୁ ଚାହୁଁଥିଲେ ଆପଣ ଫୋନ ପେ/ଗୁଗୁଲ ପେ ନମ୍ବର ୭୫୦୪୭୮୭୧୬୪, ଗୁଡ଼ୁ ପାତ୍ର କିମ୍ବା ଆକାଉଣ୍ଟ ୩୭୯୬୦୧୦୦୦୦୦୨୮୯୮, ଆଇ.ଏଫ.ଏସ.ସି କୋଡ଼ ଆଇ.ଓ.ବି.ଏ୦୦୦୩୭୯୬ ରେ ପଠାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.