ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଲୋକପ୍ରିୟ ଅଭିନେତା ଆର ମାଧବନ୍‌: କଳିଙ୍ଗ ଷ୍ଟାଡିୟମ କମ୍ପ୍ଲେକ୍ସ ଓ ନିର୍ମାଣାଧୀନ ଆକ୍ୱାଟିକ୍‌ ସେଣ୍ଟରର କଲେ ପ୍ରଶଂସା

କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଲୋକପ୍ରିୟ ଅଭିନେତା ଆର୍‌. ମାଧବନ୍‌ । କଳିଙ୍ଗ ଷ୍ଟାଡିୟମ କମ୍ପ୍ଲେସ ବୁଲି ଦେଖିବା ସହ ନିର୍ମାଣାଧୀନ ଆକ୍ୱାଟିକ୍‌ ସେଣ୍ଟରକୁ ପ୍ରଶଂସା କରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିଅର୍‌ ଜାତୀୟ ସୁଇମିଂ ଚାମ୍ପିଅନ୍‌ ଅବସରରେ ଓଡ଼ିଶା ଆସିଥିଲେ ଆର୍‌. ମାଧବନ । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ୧୫ଶହ ମିଟର ଫ୍ରି-ଷ୍ଟାଇଲ୍‌ ସୁଇମିଂରେ ତାଙ୍କ ପୁଅ ବେଦାନ୍ତ ଜାତୀୟ ରେକର୍ଡ କରିଥିବାରୁ ଆର୍‌. ମାଧବନଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ ।

cm2

ଭାରତ ମାନଚିତ୍ରରେ ଓଡ଼ିଶାକୁ ସ୍ପୋର୍ଟସ ହବ୍‌ କରିବାରେ ମୁଖ୍ୟମନ୍ତ୍ରୀଙ୍କ ଅବଦାନକୁ ତାରିଫ କରିଛନ୍ତି ଆର୍‌. ମାଧବନ । ଖେଳ ପାଇଁ ଓଡ଼ିଶାର ଅବଦାନକୁ ମାଧବନଙ୍କ ପ୍ରଶଂସା ନେଇ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟ, ସ୍ମାରକୀ ଓ ସମୃଦ୍ଧ ଐହିତ୍ୟକୁ ଲୋକଲୋଚନକୁ ଆଣିବାକୁ ଏକ ଲମ୍ବା ଯାତ୍ରାରେ ଆସିବାକୁ ମାଧବନଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.