ଘରେ ଚାଉଳ ନଥିଲେ ଏପରି ପ୍ରସ୍ତୁତ କରନ୍ତୁ ସାଗୁଦାନା ଖିରୀ, ସ୍ୱାଦ ଏକଦମ୍‌ ଲାଜବାବ୍‌

ଶ୍ରାବଣ ମାସ ଆରମ୍ଭ ହୋଇଗଲାଣି। ଶ୍ରାବଣ ମାସକୁ ଆଧ୍ୟାତ୍ମିକ ରୂପରେ ବହୁତ ପବିତ୍ର ବୋଲି ଧରାଯାଏ। ଶ୍ରାବଣ ମାସ କିମ୍ବା ଅନ୍ୟ କେଉଁ ବ୍ରତରେ ଆପଣ ଫଳାହାର କରନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ରେସିପି ନେଇ ଆସିଛୁ, ଯାହାକୁ ଆପଣ ଓଷା ବ୍ରତରେ ଖାଇପାରିବେ। ଆମେ ଆପଣଙ୍କୁ କହୁଛୁ ସାଗୁଦାନା ଖିରୀ।

ଆବଶ୍ୟକ ସାମଗ୍ରୀ

  • ସାଗୁ ଦାନା – ୧ କପ୍‌
  • କ୍ଷୀର – ୧ ଲିଟର
  • ଚିନି – ୪ ଚାମଚ୍‌
  • ଅଳେଇଚ ପାଉଡର – ୧ ଚାମଚ୍‌
  • କଣ୍ଡେନ୍ସଡ ମିଲ୍କ – ୪ ଚାମଚ୍‌
  • କାଜୁ – ୧୦ଟି
  • ବାଦାମ୍‌ – ୧୦ଟି
  • ପିସ୍ତା – ୧୦ଟି

ପ୍ରସ୍ତୁତି ପ୍ରଣାଳୀ

ସାଗୁଦାନା ଖୀରି ବନାଇବା ପାାଇଁ ସର୍ବପ୍ରଥମେ ଏକ ପାତ୍ରରେ କ୍ଷୀରକୁ ଗରମ କରନ୍ତୁ। ମିଡିୟମ୍‌ ଫ୍ଲେମରେ ଏହାକୁ ଆଞ୍ଚରେ ବସାନ୍ତୁ। ଯେତେବେଳେ କ୍ଷୀର ଫୁଟିଆସିବ ସେଥିରେ ଅଳ୍ପ ପାଣି ପକାଇ ଆଉ କିଛି ସମୟ ପାଣିରେ ପକାଇ ଫୁଟାନ୍ତୁ। ଏହା ଫୁଟି ଆସିଲା ପରେ କ୍ଷୀରରେ ଅଳେଇଚ ପାଉଡର ଏବଂ କଟା କାଜୁ, ବାଦାମ ଏବଂ ପିସ୍ତା ପକାଇ ୭-୮ ମିନିଟ ପର୍ଯ୍ୟନ୍ତ ଫୁଟିବାକୁ ଦିଅନ୍ତୁ। ଏହି ସମୟରେ ଆପଣ ସାଗୁଦାନାକୁ ଭଲଭାବେ ଧୋଇ ଦିଅନ୍ତୁ। ଏହାପରେ କ୍ଷୀରରେ ସାଗୁଦାନା ପକାଇ ଦିଅନ୍ତୁ।

ଏବେ ସାଗୁଦାନା ଖିରୀକୁ ଧୀମା ଆଞ୍ଚରେ ବସାନ୍ତୁ। କିଛି ସମୟ ପରେ ଏଥିରେ କଣ୍ଡେନ୍ସଡ ମିଲ୍କ ପକାଇ ଦିଅନ୍ତୁ। ଏହାଦ୍ୱାରା କ୍ଷୀରର ସ୍ୱାଦ ଅଧିକ ବଢ଼ିଯିବ। କ୍ଷୀରକୁ ସେତେ ପର୍ଯ୍ୟନ୍ତ ଫୁଟିବାକୁ ଦିଅନ୍ତୁ ଯେତେ ପର୍ଯ୍ୟନ୍ତ ଏହା ଭଲଭାବେ ନ ଫୁଲିଛି। ଏହାରି ଭିତରେ କ୍ଷୀରରେ ଚିନି ପକାଇ ଦିଅନ୍ତୁ। ଯେତେବେଳେସାଗୁଦାନା ଭଲଭାବେ ଫୁଲିଯିବ ସେତେବେଳେ ଗ୍ୟାସର ଫ୍ଲେମକୁ ବନ୍ଦ କରିଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ସାଗୁଦାନା ଖିରୀ। ଏହା ଉପରେ ଆପଣ ସୁଖିଲା ଖୁୁଆରେ ଗାର୍ନିସ କରି ସର୍ଭ କରିପାରିବେ। ଆପଣ ଚାହିଁଲେ ଏହାକୁ ଫ୍ରିଜରେ ରଖି ଥଣ୍ଡା କରି ବି ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.