ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ, ପୀଡିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତି ପୂରଣ ପାଇଁ ନିର୍ଦ୍ଦେଶ

ସମ୍ବଲପୁର (କେନ୍ୟୁଜ୍): ସମ୍ବଲପୁର ସ୍ୱତନ୍ତ୍ର ପୋକ୍ସ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀ କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଦୋଷୀକୁ ୨୦ ହଜ଼ାର ଟଙ୍କା ଜରିମାନା ମଧ୍ୟ ଦେବାକୁ ନିର୍ଦ୍ଧେଶ ଦେଇଛନ୍ତି ।

ଏହାସହ ପୀଡିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତି ପୂରଣ ପାଇଁ ନିର୍ଦ୍ଦେଶ ରହିଛି । ୨୦୧୮ ମସିହାରେ ଗୋବିନ୍ଦପୁର ଥାନା ଅଞ୍ଚଳରେ ଚମ୍ପା ମୁଣ୍ଡା ନାମକ ଜଣେ ବ୍ୟକ୍ତି ୫ ବର୍ଷୀୟ ନାବାଳିକା ଝିଆରିକୁ ମାଂସ ଭାତ ଖାଇବାର ଲୋଭ ଦେଖାଇ ତାଙ୍କ ଘରେ ଦୁଷ୍କର୍ମ କରିଥିଲା । ଏନେଇ ନାବାଳିକାଙ୍କ ପରିବାର ଲୋକ ଗୋବିନ୍ଦପୁର ଥାନାରେ ମାମଲା ରୁଜୁ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.