ମୋବାଇଲ ପାଇଁ ଜୀବନକୁ ବାଜି ଲଗାଇଲେ ଯୁବକ, ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡିଲେ

ବାଲେଶ୍ୱର(କେନ୍ଯୁଜ୍) : ମୋବାଇଲ ପାଇଁ ଜୀବନକୁ ବାଜି ଲଗାଇଲେ ଯୁବକ । ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡିଲେ । ଫଳରେ ନିଶ୍ଚିତ ମୃତ୍ୟୁରୁ ବଞ୍ଚି ଯାଇଛନ୍ତି । ଘଟଣା ଘଟିଛି ବାଲେଶ୍ୱରରେ । ବସ୍ତା ଥାନା ଅମର୍ଦ୍ଦାର ବୋଧିମୁହାଁ ଗାଁର ରଞ୍ଜନ ବିନ୍ଧାଣୀ ଟ୍ରେନ୍‌ରେ ବାଲେଶ୍ୱର ଯାଉଥିଲେ । ସେ ବଗି ମୁହଁରେ ଛିଡ଼ା ହୋଇ ମୋବାଇଲ୍‌ରେ କଥା ହେଉଥିଲେ । ଅସାବଧାନତା ଯୋଗୁ ତାଙ୍କ ହାତରୁ ମୋବାଇଲ ଖସି ପଡ଼ିଥିଲା । ଏହା ପରେ ରଞ୍ଜନ କିଛି ଚିନ୍ତା ନକରି ମୋବାଇଲ୍‌ ପାଇଁ ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.