ସ୍ବାମୀ-ସ୍ତ୍ରୀ କଳିରେ ମଧ୍ୟସ୍ଥି ସାଜିବା ପଡିଲା ମହଙ୍ଗା: ଚାଲିଗଲା ଜଣଙ୍କ ଜୀବନ, ଅନ୍ଯ ୧୦ ଆହତ

ସୁବର୍ଣ୍ଣପୁର(କେନ୍ଯୁଜ୍): ସ୍ବାମୀ- ସ୍ତ୍ରୀ କଳିରେ ମଧ୍ୟସ୍ଥି ସାଜିବାକୁ ଆସି ଜଣେ ହତ୍ୟାର ଶିକାର ଓ ଅନ୍ଯ ୧୦ ଜଣ ଆହତ। ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବାଙ୍କିଘିରଡ଼ି ଆନ୍ଧ୍ରାଡେରାରେ।

ସୂଚନା ମୁତାବକ, ଉକ୍ତ ଗାଁର ଆଲା ସତ୍ୟନାରାୟଣ ବର୍ଷେ ହେଲା ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ତାଙ୍କ ବାପ ଘରେ ଆନ୍ଧ୍ର ପ୍ରଦେଶର ରାହୁଲପାଲମ ଥାନା ଜନଡ଼ା ଗାଁରେ ଛାଡ଼ି ଦେଇଥିଲେ। ଆଉ ତାଙ୍କୁ ଆଣିବାକୁ ଯାଇ ନଥିଲେ। ଯାହାଫଳରେ ଉଭୟଙ୍କ ମଧ୍ୟରେ ମିଳାମିଶା କରାଇବାକୁ ଗତ ୧୪ ତାରିଖ ରାତିରେ ଜନଡ଼ା ଗାଁରୁ ୯ ଜଣ ବ୍ୟକ୍ତିଙ୍କ ସହିତ ବିନିକା ଅଞ୍ଚଳର ଡି. କାଶୀ ବିଶ୍ୱନାଥ ଓ ତାଙ୍କ କାକା ଡି. ରାମବାବୁ ଆନ୍ଧ୍ରାଡେରା ଗାଁରେ ପହଞ୍ଚିଥିଲେ। କିନ୍ତୁ ଆଲା ସତ୍ୟନାରାୟଣ ଏ ସମସ୍ତଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଇଥିଲେ।

ତେବେ ଅଭିଯୁକ୍ତ ଆଲା ସତ୍ୟନାରାୟଣ ଫେରାର ହୋଇଯାଇଛି। ବିନିକା ଥାନା ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.