ସ୍ୱାମୀ ସାଜିଲା ପିଶାଚ: ପାରିବାରିକ କଳହକୁ କେନ୍ଦ୍ର କରି ନିଜ ସ୍ତ୍ରୀକୁ କଲା ହତ୍ୟା

କଣ୍ଟାବାଞ୍ଝି: ପାରିବାରିକ କଳହ ଯୋଗୁ ନିଜ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ । ଏଭଳି ଏକ ଅଭିଯୋଗ ଆସିଛି ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରୁ । ବଙ୍ଗୋମୁଣ୍ଡା ପୋଲିସ ଘଟଣାର ଖବର ପାଇଁ ଶବ ଜବତ କରିବା ସହ ହତ୍ୟାକାରି ସ୍ୱାମୀକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ।

ତେବେ ଏନେଇ ବଙ୍ଗୋମୁଣ୍ଡା ଥାନାରେ ମୃତକ ପୁଷ୍ପାଞ୍ଜଳିଙ୍କ ବାପା ବଲିରାମ ସତନାମୀ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ୧୦ ବର୍ଷ ହେବ ପୁଷ୍ପାଞ୍ଜଳିଙ୍କ ସହ କୈଳାସ ସତନାମୀଙ୍କ ବିବାହ ହୋଇଥିଲା । କୈଳାସ ପ୍ରାୟ ସମୟରେ ମଦ ପିଇ ସ୍ତ୍ରୀ ସହ ଗଣ୍ଡଗୋଲ କରି ଆସୁଥିଲା ।  ସ୍ତ୍ରୀ ପୁଷ୍ପାଞ୍ଜଲିକୁ ମାରପିଟ ମଧ୍ୟ କରୁଥିଲା । ତେବେ ଆଜି ସକାଳ ସମୟରେ କୌଣସି କାରଣରୁ କୈଳାସ ପୁଷ୍ପାଞ୍ଜଳିକୁ ମାଡ ମରିବା ସହ ତାର ତଣ୍ଟି ଚିପ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.