ପିଶାଚୀ ପାଲଟିଲା ମାଆ, ମଦ ନିଶାରେ ପୁଅକୁ କଲା ହତ୍ୟା
ପିଶାଚୀ ପାଲଟିଲା ମାଆ। ମଦ ନିଶାରେ ଚୁର ହୋଇ ଜନ୍ମକଲା ପୁଅକୁ ହତ୍ୟା କରିଛି ମାଆ। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ତୁମ୍ବାଗଡ଼ା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।

କାଲିମେଳା : ପିଶାଚୀ ପାଲଟିଲା ମାଆ। ମଦ ନିଶାରେ ଚୁର ହୋଇ ଜନ୍ମକଲା ପୁଅକୁ ହତ୍ୟା କରିଛି ମାଆ। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ତୁମ୍ବାଗଡ଼ା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ନିଶାସକ୍ତ ଅବସ୍ଥାରେ ୱାଗୀ ପଡ଼ିଆମୀ ନିଜର ୮ବର୍ଷର ପୁଅ ରୋହିତ ପଡିଆମୀକୁ ହତ୍ୟା କରିଥିବା ତାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି।
ରାତି ପ୍ରାୟ ୧୧ଟାରେ ବେଳେ ପୁଅକୁ ଗୋଇଠା ମାରି ହତ୍ୟା କରିଛି। ଏନେଇ ୱାଗୀର ସ୍ବାମୀ ମୁକା ପଡ଼ିଆମୀ ଗ୍ରାମବାସୀଙ୍କୁ ଜଣାଇଥିଲା। ଆଜି ସକାଳେ ଗ୍ରାମବାସୀ ପୋଲିସକୁ ଜଣାଇବା ପରେ କାଲିମେଳା ପୋଲିସ ତଦନ୍ତ ଆରମ୍ଭ କରିଛି। ପ୍ରତିଦିନ ମଦ ପିଇ ନିଶାସକ୍ତ ହୋଇ ପୁଅକୁ ମାଡ଼ ମାରୁଥିଲେ ବୋଲି ତାର ବାପା କହିଛନ୍ତି