ହ୍ଵାଟସ୍ ଆପରେ ଖୁବଶୀଘ୍ର ଆସିବ ମଜାଦାର ଫିଚର, ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିପାରିବେ ଷ୍ଟାଟସ୍‌

ଏକ ଅନଲାଇନ୍ ରିପୋର୍ଟ ଅନୁଯାୟୀ, ହ୍ଵାଟ୍ସଆପ୍ ଖୁବଶୀଘ୍ର ଇନଷ୍ଟାଗ୍ରାମରେ ୟୁଜରମାନଙ୍କର ଷ୍ଟାଟସ୍ ଅପଡେଟ୍ ସେୟାର କରିବା ପାଇଁ ଫିଚର ଆଣୁଛି । ବର୍ତ୍ତମାନ ହ୍ଵାଟ୍ସଆପ୍ ଏହି ଫିଚର ଉପରେ କାମ କରୁଛି ।

ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ଵାଟସ୍ ଆପ୍ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଦ୍ୱାରା ବ୍ୟବହାର କରାଯାଉଛି । ଲୋକମାନେ ହ୍ଵାଟସ୍ ଆପ୍ କୁ ନିଜ ଫ୍ରେଣ୍ଡ ଏବଂ ସମ୍ପର୍କୀୟଙ୍କ ସହ ଚାଟ୍ କରିବା ପାଇଁ ବ୍ୟବହାର କରନ୍ତି । ଅଡିଓ-ଭିଡିଓ କଲ୍ କରିବା ପାଇଁ ଏବଂ ଫାଇଲ ସେୟାର କରିବା ପାଇଁ ବ୍ୟବହାର କରନ୍ତି । ଏଥିରେ ଦିଆଯାଉଥିବା ସମସ୍ତ ଫିଚରକୁ ପ୍ରତ୍ୟେକ ଦେଶରେ ଥିବା ୟୁଜରମାନେ ଉପଭୋଗ କରୁଛନ୍ତି । ହ୍ଵାଟ୍ସଆପ୍ ନିଜ ୟୁଜରମାନଙ୍କୁ ଷ୍ଟାଟସ୍‌ ପୋଷ୍ଟ କରିବା ପାଇଁ ସୁବିଧା ଯୋଗାଇଥାଏ । ଏକ ଅନଲାଇନ୍ ରିପୋର୍ଟ ଅନୁଯାୟୀ, ହ୍ଵାଟ୍ସଆପ୍ ଖୁବଶୀଘ୍ର ଇନଷ୍ଟାଗ୍ରାମରେ ୟୁଜରମାନଙ୍କର ଷ୍ଟାଟସ୍ ଅପଡେଟ୍ ସେୟାର କରିବା ପାଇଁ ଫିଚର ଆଣୁଛି । ବର୍ତ୍ତମାନ ହ୍ଵାଟ୍ସଆପ୍ ଏହି ଫିଚର ଉପରେ କାମ କରୁଛି । ତେବେ ଆସନ୍ତୁ ଏହି ଫିଚର ବିଷୟରେ ଡିଟେଲ୍ସରେ ଜାଣିବା ।

ରିପୋର୍ଟ ଅନୁଯାୟୀ, ଏହି ଅପ୍ସନାଲ ଫିଚରକୁ ଡେଭଲପ୍‌ କରାଯାଉଛି । ଏହି ଫିଚର ୟୁଜରଙ୍କ ଏକ୍ସପେରିଏନ୍ସକୁ ଡେଭଲପ୍‌ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହି ଫିଚର ସାହାଯ୍ୟରେ ୟୁଜରମାନେ ସେମାନଙ୍କର ହ୍ଵାଟ୍ସଆପ୍ ଷ୍ଟାଟସକୁ ସିଧାସଳଖ ଇନଷ୍ଟାଗ୍ରାମ ଷ୍ଟୋରିରେ ସେୟାର କରିପାରିବେ । କିନ୍ତୁ ଏହି ଫିଚର ବ୍ୟବହାର କରିବାକୁ ଆପଣଙ୍କୁ ଏହାକୁ ଆକ୍ଟିଭ୍‌ କରିବାକୁ ପଡିବ । ଆରମ୍ଭରେ ଏହି ଫିଚର ବନ୍ଦ ହୋଇଯିବ । କାରଣ ବର୍ତ୍ତମାନ ଏହି ଫିଚରକୁ ଡେଭଲପ୍‌ କରାଯାଉଛି ଏବଂ ଆଗାମୀ ଅପଡେଟରେ ସାମିଲ ହେବ ।

ସୂଚନା ଥାଉ କି ଆପଣ ଏହାକୁ ଯେକୌଣସି ସମୟରେ ବନ୍ଦ କରିପାରିବେ । ସେଟିଂ ଦ୍ୱାରା ଇନଷ୍ଟାଗ୍ରାମରେ ସେୟାର ହୋଇଥିବା କଣ୍ଟେଣ୍ଟକୁ କିଏ ଦେଖିବ ତାହା ଆପଣ କଣ୍ଟ୍ରୋଲ କରିପାରିବେ । ୟୁଜରମାନଙ୍କୁ ଆଉ ଦୁଇଟି ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ଷ୍ଟାଟସ୍‌ ପୋଷ୍ଟ କରିବାକୁ ପଡିବ ନାହିଁ । ସେମାନେ ଏକାସାଙ୍ଗରେ ଉଭୟ ସ୍ଥାନରେ ଷ୍ଟାଟସ୍‌ ସେୟାର କରିପାରିବେ ।

ହ୍ଵାଟ୍ସ ଆପ୍ ଏହା ମଧ୍ୟ କହିଛି ଯେ ଫେବୃଆରୀ ମାସରେ ଏହା ଭାରତରେ ୭୬ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ୍‌ କରିଛି। କମ୍ପାନୀ କହିଛି ଯେ ଆପର ଅପବ୍ୟବହାରକୁ ରୋକିବା ପାଇଁ ଏବଂ ଆଇଟି ନିୟମ ୨୦୨୧ ପାଳନ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.