ମଧ୍ୟପ୍ରଦେଶ: ନୁଡଲ୍ସରେ ପୋକ ସାଲୁବାଲୁ, ରେଷ୍ଟୁରାଣ୍ଟରେ ଉତ୍ତେଜନା

ନୁଡଲ୍ସରୁ ବାହାରିଲା ପୋକ । ମଧ୍ୟପ୍ରଦେଶର ଏକ ରେଷ୍ଟୁରାଣ୍ଟରେ ନୁଡଲ୍ସ ଭିତରୁ ପୋକ ବାହାରିବା ପରେ ସେଠାରେ ଉତ୍ତେଜନା ଦେଖାଦେଇଛି ।

ନୁଡଲ୍ସରୁ ବାହାରିଲା ପୋକ । ମଧ୍ୟପ୍ରଦେଶର ଏକ ରେଷ୍ଟୁରାଣ୍ଟରେ ନୁଡଲ୍ସ ଭିତରୁ ପୋକ ବାହାରିବା ପରେ ସେଠାରେ ଉତ୍ତେଜନା ଦେଖାଦେଇଛି । ଲୋକମାନେ ରେଷ୍ଟୁରାଣ୍ଟରେ ହୋହାଲ୍ଲା କରିଥିବା ଜଣାପଡ଼ିଛି । ସେପଟେ ନୁଡଲ୍ସରେ ପୋକ ବାହାରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଏହି ଘଟଣା ମଣ୍ଡି ଅଞ୍ଚଳର ବୋଲି କୁହାଯାଉଛି । ଖବର ପାଇ ଖାଦ୍ୟ ବିଭାଗ ଟିମ୍‌ ରେଷ୍ଟୁରାଣ୍ଟରେ ପହଞ୍ଚି ଖାଦ୍ୟପଦାର୍ଥ ଯାଞ୍ଚ କରିଥିଲା । ଏହା ସହିତ ରେଷ୍ଟୁରାଣ୍ଟରୁ ନୁଡଲ୍ସର ସାମ୍ପଲ୍‌ ସଂଗ୍ରହ କରି ଯାଞ୍ଚ ପାଇଁ ଭୋପାଳ ଲ୍ୟାବ୍‌ ପଠାଇଛି ।

ସହରର ମଣ୍ଡି ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ନୁଡଲ୍ସରେ ପୋକ ନଜର ଆସିଥିଲା, ଯାହା ପରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ସୂଚନା ଅନୁସାରେ, ଏକ ପରିବାର ଏଠାକୁ ପିଲାମାନଙ୍କ ସହ ଏକାଠି ଖାଇବାକୁ ଆସିଥିଲେ । ହେଲେ ନୁଡଲ୍ସର ଅବସ୍ଥା ଦେଖି ସେମାନେ ଏହାର ଭିଡିଓ କରିଥିଲେ, ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଘଟଣା ସମ୍ପର୍କରେ ଖାଦ୍ୟ ବିଭାଗରେ ଅଭିଯୋଗ କରାଯାଇଥିଲା । ମାମଲାକୁ ଅବଗତକୁ ନେଇ ବିଭାଗର ଟିମ୍‌ ରେଷ୍ଟୁରାଣ୍ଟରେ ପହଞ୍ଚି ଖାଦ୍ୟ ଯାଞ୍ଚ କରିଥିଲା । ଏହା ସହିତ ପୂରା ରେଷ୍ଟୁରାଣ୍ଟ ନିରୀକ୍ଷଣ କରିବା ସହ ନୁଡଲ୍ସର ନମୁନା ସଂଗ୍ରହ କରି ଯାଞ୍ଚ ପାଇଁ ଭୋପାଳ ଲ୍ୟାବ୍‌ ପଠାଇଥିଲା । ତେବେ ଖାଦ୍ୟ ବିଭାଗର ଟିମ୍‌ ନିରୀକ୍ଷଣ ସମୟରେ ରେଷ୍ଟୁରାଣ୍ଟର ବ୍ୟବସ୍ଥା ଏବଂ ସଫାସୁତରାକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଥିଲା ।

ମାମଲାକୁ ନେଇ ବିଭାଗର ଅଧିକାରୀ ସରିକା ଗୁପ୍ତା କହିଛନ୍ତି ଯେ ରେଷ୍ଟୁରାଣ୍ଟରେ ନୁଡଲ୍ସରୁ ପୋକ ବାହାରିବାର ଅଭିଯୋଗ ମିଳିଥିଲା । ନୁଡଲ୍ସର ସାମ୍ପଲ ନେଇ ଯାଞ୍ଚ ପାଇଁ ପଠାଯାଇଛି ଏବଂ ରେଷ୍ଟୁରାଣ୍ଟକୁ ନିରୀକ୍ଷଣ କରାଯାଇଛି । ଯଦି ଯାଞ୍ଚ ବେଳେ ନୁଡଲ୍ସ ଖରାପ ବୋଲି ଜଣାପଡ଼େ, ତା’ ହେଲେ ରେଷ୍ଟୁରାଣ୍ଟ ସଞ୍ଚାଳକଙ୍କ ଉପରେ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.