କାହିଁକି ଗରମ ଦିନରେ ଲୋକେ ଅଧିକ ଖାଆନ୍ତି ତରଭୂଜ, ଜାଣନ୍ତୁ ଏହାର କାରଣ

ବହୁତ ଜଣଙ୍କୁ ଗ୍ରୀଷ୍ମ ଦିନେ ତରଭୂଜ ଖାଇବା ପାଇଁ ପରାମର୍ଶ ଦିଆଯାଏ । ତେବେ ଆସନ୍ତୁ ଏହା ପଛରେ ଥିବା କିଛି କାରଣ ବିଷୟରେ ଜାଣିବା । ତରଭୂଜରେ ଅଧିକ ପରିମାଣରେ ପାଣି ରହିଥାଏ ଯେଉଁ କାରଣରୁ ଏହି ଫଳକୁ ଖାଇବାରେ ଆପଣଙ୍କ ଶରୀର ହାଇଡ୍ରେଟେଡ ରହିଥାଏ ।

ଏବେ ମାର୍କେଟରେ ଯୁଆଡେ ଦେଖିବ ସିଆଡେ ତରଭୂଜ ଦୋକାନ । ପ୍ରଚୁର ଗରମ ଭିତରେ ଏଇ ତରଭୂଜ ଟିକକ ଭାରି ଆରାମ ଦିଏ । ତାସହିତ ଭାରି ସୁଆଦିଆ ବି । ଅନେକ ଲୋକଙ୍କୁ ତରଭୂଜ ବେଶ ପସନ୍ଦ ଥାଏ । ଏଥିପାଇଁ ତ ବଜାରର ତରଭୂଜ ଦୋକାନରେ ବହୁତ ଭିଡ ଜମେ ଲୋକଙ୍କର । ବହୁତ ଜଣଙ୍କୁ ଗ୍ରୀଷ୍ମ ଦିନେ ତରଭୂଜ ଖାଇବା ପାଇଁ ପରାମର୍ଶ ଦିଆଯାଏ । ତେବେ ଆସନ୍ତୁ ଏହା ପଛରେ ଥିବା କିଛି କାରଣ ବିଷୟରେ ଜାଣିବା । ତରଭୂଜରେ ଅଧିକ ପରିମାଣରେ ପାଣି ରହିଥାଏ ଯେଉଁ କାରଣରୁ ଏହି ଫଳକୁ ଖାଇବାରେ ଆପଣଙ୍କ ଶରୀର ହାଇଡ୍ରେଟେଡ ରହିଥାଏ ।

ତରଭୂଜରେ ମିଳୁଥିବା ପୋଷକ ତତ୍ତ୍ୱ ଆପଣଙ୍କ ଇମ୍ୟୁନିଟୀକୁ ଦୃଢ କରିଥାଏ । ଏହି ଫଳର ସେବନ କରିଲେ ଆପଣଙ୍କ କୋଲେଷ୍ଟ୍ରଲ ଏବଂ ବିପିକୁ କଣ୍ଟ୍ରୋଲ କରିବା ସହ ଆପଣଙ୍କ ହାର୍ଟ ହେଲଥକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ତରଭୂଜ ଖାଇବା ଆପଣଙ୍କ ଦାନ୍ତ ଏବଂ ମାଢି ପାଇଁ ମଧ୍ୟ ଫାଇଦା ମିଳିଥାଏ । ଯଦି ଆପଣ ନିଜ ଆଖିର ଚମକ ବଢାଇବାକୁ ଚାହୁଁଛନ୍ତି ତେବେ ତରଭୂଜର ସେବନ କରିବା ଆରମ୍ଭ କରିଦିଅନ୍ତୁ ।

ତରଭୂଜ ଆପଣଙ୍କ ସ୍କିନ ହେଲଥକୁ ଠିକ କରିବା ଏବଂ ହେୟାର ଗ୍ରୋଥକୁ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ତରଭୂଜରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ ସି, ଭିଟାମିନ ଏ ଏବଂ ଭିଟା କେରୋଟିନ ପରି ଅନେକ ପୋଷକ ତତ୍ତ୍ୱ ମଧ୍ୟ ଭଲ ମାତ୍ରାରେ ମିଳିଥାଏ । ଏହା ସଠିକ ଲାଭ ଉଠାଇବା ପାଇଁ ଅପଣଙ୍କୁ ଦ୍ୱିପ୍ରହରରେ ତରଭୂଜ ଖାଇବା ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.