ଆଜି ଆସିପାରେ କଂଗ୍ରେସର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା

ଆଜି ଆସିପାରେ କଂଗ୍ରେସର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା। ବାକି ଥିବା ୧୦୦ ଆସନରୁ ୬୦ ଜଣଙ୍କ ନାଁ ଘୋଷଣା ସମ୍ଭାବନା ରହିଛି।

ଭୁବନେଶ୍ୱର : ଆଜି ଆସିପାରେ କଂଗ୍ରେସର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା। ବାକି ଥିବା ୧୦୦ ଆସନରୁ ୬୦ ଜଣଙ୍କ ନାଁ ଘୋଷଣା ସମ୍ଭାବନା ରହିଛି। ଏପଟେ ଓଡ଼ିଶାର ଆଉ ୯ ଲୋକସଭା ପାଇଁ ଗତକାଲି ପ୍ରାର୍ଥୀ ଘୋଷଣା କରିଛି ଦଳ। ସମସ୍ତ ୨୧ ଆସନ ପାଇଁ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କଂଗ୍ରେସ ଏଯାଏ ୧୭ ଆସନରେ ପ୍ରାର୍ଥୀ ଦେଇଛି। ଫଳରେ ୧୭ ଲୋକସଭା ଆସନରେ ତ୍ରିମୁଖୀ ଲଢେଇରେ ଚିତ୍ର ସ୍ପଷ୍ଟ ହୋଇଛି। କଂଗ୍ରେସ ଲୋକସଭା ପ୍ରାର୍ଥୀ ତାଲିକାରେ ବରିଷ୍ଠ, ମହିଳା ଓ ଯୁବକଙ୍କୁ ପ୍ରାଧାନ୍ୟ ଦେଇଛି ଦଳ।

ବାଲେଶ୍ବରରେ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଦଳ ଟିକେଟ୍ ଦେଇଥିବା ବେଳେ ଭଦ୍ରକରୁ ଲଢ଼ିବେ ଅନନ୍ତ ପ୍ରସାଦ ସେଠୀ। ସେହିପରି ଯାଜପୁରରୁ ଅଞ୍ଚଳ ଦାସଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଢେଙ୍କାନାଳରୁ ସସ୍ମିତା ବେହେରା, କେନ୍ଦ୍ରାପଡ଼ାରୁ ସିଦ୍ଧାର୍ଥ ସ୍ୱରୂପ ଦାସ, ଜଗତସିଂହପୁରରୁ ରବୀନ୍ଦ୍ର ସେଠୀ, କେନ୍ଦୁଝରରୁ ମୋହନ ହେମ୍ବ୍ରମ, ପୁରୀରୁ ସୁଚରିତା ମହାନ୍ତି ଓ ଭୁବନେଶ୍ୱରରୁ ୟାସିର ନୱାଜଙ୍କୁ ଦଳ କରିଛି ପ୍ରାର୍ଥୀ। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା କଂଗ୍ରେସ ୧୭ ଲୋକସଭା ଆସନରେ ପ୍ରାର୍ଥୀ ଦେଇଛି । ବାକି ରହିଲା କଟକ, ସମ୍ବଲପୁର, ଆସ୍କା ଓ ମୟୂରଭଞ୍ଜ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.