Below header

 ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ଶିକ୍ଷକକୁ ୨୦ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁରର ପୋକ୍ସୋ ସ୍ବତନ୍ତ୍ର କୋର୍ଟ

ଜଣେ ୧୧ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୦ବର୍ଷର କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁରର ପୋକ୍ସୋ ସ୍ବତନ୍ତ୍ର କୋର୍ଟ ।

ଯାଜପୁର ଟାଉନ(କେନ୍ୟୁଜ ) : ଜଣେ ୧୧ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୦ବର୍ଷର କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁରର ପୋକ୍ସୋ ସ୍ବତନ୍ତ୍ର କୋର୍ଟ । ୨୦୨୦ ମସିହା ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଞ୍ଚଳର ମୋହନ ଭୂୟାଁ ଏକ ବିଦ୍ୟାଳୟ ପରିସରରେ ଘରୋଇ ଟିଉସନ କରୁଥିଲେ। ଟିଉସନ ସାରିବା ପରେ ଦୁଇ ଜଣ ଛାତ୍ରୀଙ୍କୁ ଭିନ୍ନ ଭିନ୍ନ ଦିନରେ ଅଟକାଇ ଦୁଷ୍କର୍ମ କରିଥିଲେ । ଏ ନେଇ ପାଣିକୋଇଲି ଥାନାରେ ଉଭୟ ପୀଡ଼ିତାଙ୍କ ପରିବାରବର୍ଗ ପୃଥକ୍ ପୃଥକ୍ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଦଫା ୩୭୬(କ ଖ) ଏବଂ ପୋକସୋ ଧାରା ୬ ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଆଜି ଗୋଟିଏ ମାମଲାର ଶୁଣାଣି କରି ଯାଜପୁରର ଏଡିଜେ ତଥା ପୋକ୍ସୋ ସ୍ବତନ୍ତ୍ର ଅଦାଲତ ୨୪ଜଣଙ୍କ ସାକ୍ଷକୁ ଗ୍ରହଣ କରି ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ଦେଢ଼ ଲକ୍ଷ ଟଙ୍କା ଜରିମାନା ଶୁଣାଇଛନ୍ତି। ଏଥି ସହିତ ଅନାଦୟ ୧୮ ମାସ ଅଧିକ କାରାଦଣ୍ଡାଦେଶ ସହ ପିଡିତାଙ୍କୁ ୭ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ମାନ୍ୟବର ପୋକସୋ ବିଚାରପତି ଅଭିଜିତ ପଲାଇ ଏହି ରାୟ ପ୍ରକାଶ କରିଥିବା ବେଳେ ଏହି ମାମଲାକୁ ସରକାରୀ ଓକିଲ ରାଜୀବ ମହାନ୍ତି ପରିଚାଳନା କରିଛନ୍ତି। ଅଭିଯୁକ୍ତ ବିରୋଧରେ ଆଉ ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି ବାକି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.