ନାବାଳିକା ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୦ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ପୋକ୍ସୋ ସ୍ବତନ୍ତ୍ର କୋର୍ଟ
୧୫ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ପୋକ୍ସୋ ସ୍ବତନ୍ତ୍ର କୋର୍ଟ । ୨୦୨୨ ମସିହା ଯାଜପୁର ସଦର ଥାନା ଅଞ୍ଚଳର ଜନୈକ ନାବାଳିକାକୁ ପ୍ରେମ ଜାଲରେ ଫସାଇ ଧାନ ବିଲରେ ଧର୍ଷଣ କରିଥିବାର ଅଭିଯୋଗ ହୋଇଥିଲା।

ଯାଜପୁର ଟାଉନ : ୧୫ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ପୋକ୍ସୋ ସ୍ବତନ୍ତ୍ର କୋର୍ଟ । ୨୦୨୨ ମସିହା ଯାଜପୁର ସଦର ଥାନା ଅଞ୍ଚଳର ଜନୈକ ନାବାଳିକାକୁ ପ୍ରେମ ଜାଲରେ ଫସାଇ ଧାନ ବିଲରେ ଧର୍ଷଣ କରିଥିବାର ଅଭିଯୋଗ ହୋଇଥିଲା।
ପୀଡ଼ିତା ଜଣଙ୍କ ୭ ମାସ ଗର୍ଭବତୀ ହେବା ପରେ କଥା ସାମ୍ନାକୁ ଆସିଥିଲା। ପୀଡ଼ିତାଙ୍କୁ ଆଣି ପରିବାରବର୍ଗ ସକ୍ଷୀ କେନ୍ଦ୍ରରେ ରଖିବା ପରେ ପୀଡ଼ିତା ସେଠାରେ କାଉନସିଲିଙ୍ଗ ସମୟରେ ଧର୍ଷଣକାରୀର ତଥ୍ୟ ପ୍ରଦାନ କରିଥିଲେ। ଏ ନେଇ ଯାଜପୁର ସଦର ଥାନାରେ ପୀଡ଼ିତା ଅଭିଯୋଗ କରିଥିଲେ।
ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଆଜି ଏହି ମାମଲାର ଶୁଣାଣି କରି ଯାଜପୁର ଅତିରିକ୍ତ ଦୌରା ଜଜ ତଥା ପୋକ୍ସୋ ସ୍ବତନ୍ତ୍ର ଅଦାଲତ ୧୬ଜଣଙ୍କ ସାକ୍ଷକୁ ଗ୍ରହଣ କରି ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୮୦ ହଜାର ଟଙ୍କା ଜରିମାନା ସହ ଅନାଦୟ ୨୪ ମାସ ଅଧିକ କାରାଦଣ୍ଡାଦେଶ ରାୟ ଶୁଣାଇଛନ୍ତି।
ଏଥିସହ ପିଡିତାଙ୍କୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ମାନ୍ୟବର ପୋକସୋ ବିଚାରପତି ଅଭିଜିତ ପଲାଇ ଏହି ରାୟ ପ୍ରକାଶ କରିଥିବା ବେଳେ ଏହି ମାମଲାକୁ ସରକାରୀ ଓକିଲ ରାଜୀବ ମହାନ୍ତି ପରିଚାଳନା କରିଛନ୍ତି। ପୀଡ଼ିତାଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିବା ବେଳେ ସନ୍ତାନର ରକ୍ଷଣା-ବେକ୍ଷଣ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ କରୁଛି।