ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ; ବିଳାସପୂର୍ଣ୍ଣ ଜୀବନ ଦାବି କରୁଥିଲେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇପାରିବେ ସ୍ୱାମୀ

ଲକ୍ଜରି ଲାଇଫ୍‌ ଷ୍ଟାଇଲ୍‌ ପାଇଁ ସ୍ୱାମୀକୁ ବାଧ୍ୟ କରୁଛନ୍ତି କି । ତେବେ ହୋଇଯାଅନ୍ତୁ ସାବଧାନ୍‌ । କାରଣ ସ୍ୱାମୀ ଆପଣଙ୍କ ନାଁରେ କରିପାରିବେ କେସ୍‌ । ଦେଇପାରନ୍ତି ଛାଡ଼ପତ୍ର ।

ଲକ୍ଜରି ଲାଇଫ୍‌ ଷ୍ଟାଇଲ୍‌ ପାଇଁ ସ୍ୱାମୀକୁ ବାଧ୍ୟ କରୁଛନ୍ତି କି । ତେବେ ହୋଇଯାଅନ୍ତୁ ସାବଧାନ୍‌ । କାରଣ ସ୍ୱାମୀ ଆପଣଙ୍କ ନାଁରେ କରିପାରିବେ କେସ୍‌ । ଦେଇପାରନ୍ତି ଛାଡ଼ପତ୍ର । ହଁ ଆଜ୍ଞା, ବିଳାସପୂର୍ଣ୍ଣ ଜୀବନ ଯାପନ ପାଇଁ ସ୍ୱାମୀଙ୍କୁ ବାଧ୍ୟ କରିପାରିବେନି କିମ୍ବା ତାଙ୍କୁ କୌଣସି ମାନସିକ ନିର୍ଯାତନା ଦେଇପାରିବେନି ସ୍ତ୍ରୀ । ଏହା ବିରୋଧରେ ସ୍ତ୍ରୀ ନାଁ ରେ କେସ୍‌ କରିପାରିବେ । ଉଚ୍ଚନ୍ୟାୟଳୟ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣରାୟ । ‘ଲାଇଭ ଲ’ ଅନୁଯାୟୀ ଦେଇପାରିବେ ଛାଡ଼ପତ୍ର ।

ପ୍ରତ୍ୟେକ ବ୍ୟକ୍ତି ଚାହିଁଥାଏ ତାର ବୈବାହିକ ଜୀବନ ଶାନ୍ତି ଏବଂ ସୁଖମୟ ହେଉ । କିନ୍ତୁ ବେଳେବେଳେ କାରଣ କିଛି ନଥାଇ ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ । ପରେ ବୈବାହିକ ଜୀବନରେ ଅସନ୍ତୋଷ ବଢ଼ି ଉଗ୍ର ରୂପ ଧାରଣ କରେ ।ଏହାର ଖାସ୍‌ କାରଣ ହେଉଛି ସ୍ତ୍ରୀର ଇଚ୍ଛାକୁ ସ୍ୱାମୀ ମାନେ ପୂରଣ କରିବାରେ ଅସମର୍ଥ ଥାଆନ୍ତି । ଯାହାଫଳରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ମନାନ୍ତର ଘଟିଥାଏ । ପରେ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥାଏ ।

ଏନେଇ ଦିଲ୍ଲୀ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଜଷ୍ଟିସ୍‌ ସୁରେଶ କୁମାର ଏବଂ ନିନା ବଂସଲ କୃଷ୍ଣଙ୍କ ଡିଭିଜନ୍‌ ବେଞ୍ଚରେ ଏହି ରାୟ ଶୁଣାଯାଇଛି । ସେ କହିଛନ୍ତି ଯେ, ପତ୍ନୀଙ୍କର ଏଭଳି ନିର୍ଦ୍ଦୟ ବ୍ୟବହାର ଯୋଗୁଁ ସ୍ୱାମୀ ଛାଡ଼ପତ୍ର ଆବେଦନ କରିପାରିବେ । ତେବେ ଏକ ମାମଲାର ରାୟ ଶୁଣାଇବାକୁ ଯାଇ ସେ କହିଛନ୍ତି , ଆବଶ୍ୟକତା ଏବଂ ଇଚ୍ଛା ଯତ୍ନଶୀଳ ହେବା ଦରକାର ।

ଯଦିଓ ସ୍ୱାଧିନ ଭାବରେ ବିଚାର କରାଯାଏ ଏହି ଘଟଣାଗୁଡ଼ିକ ନିର୍ଦ୍ଦୋଷ କିମ୍ବା ଛୋଟ ମନେହୁଏ । କିନ୍ତୁ ଯେତେବେଳେ ଏହି ଆଚରଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରହେ । ସେତେବେଳେ ଏହା ଏକ ପ୍ରକାର ମାନସିକ ଚାପ ସୃଷ୍ଟି କରିବାକୁ ବାଧ୍ୟ ହୋଇଥାଏ । ଯାହା ଦ୍ୱାରା ବୈବାହିକ ସମ୍ପର୍କରେ ବିରକ୍ତ ଭାବ ଆସିଥାଏ । ସେହି ସମୟରେ ବୈବାହିକ ସମ୍ପର୍କ ପରସ୍ପର ମଧ୍ୟରେ ରହିବା କଷ୍ଟକର ହୋଇଯାଏ । ବେଞ୍ଚ ଆହୁରି ମଧ୍ୟ କହିଛନ୍ତି ଯେ, ଏସବୁର ସମାଧାନ ପାଇଁ ପତ୍ନୀଙ୍କର ସାଥି ହୋଇ ରହିବା ମନୋଭାବ ମଧ୍ୟ ଜରୁରୀ ।

ତେବେ ହିନ୍ଦୁ ବିବାହ ଧାରା ୧୩ ( ଏ) (ii) ଅନୁଯାୟୀ ସ୍ୱାମୀ ଏହି ଛାଡ଼ପତ୍ର ଦେଇପାରିବେ । ଯଦି ୧ ବର୍ଷ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ୍‌ ନୁହେଁ ତେବେ ଉଭୟପକ୍ଷ ଏହି ଲ ଅନୁଯାୟୀ ଛାଡ଼ପତ୍ର ମାଗି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.