ଯୁବକଙ୍କ ଉନ୍ମତ କାଣ୍ଡ, ମାରଣାସ୍ତ୍ର ଦେଖାଇ ଲୋକଙ୍କୁ କରୁଥିଲେ ଭୟଭୀତ
ରାସ୍ତାରେ ଯାଉଥିଲେ ଲୋକେ । କିନ୍ତୁ ହଠାତ୍ ଯୁବକ ଜଣକ କେଉଁଠି ଥିଲେ କେଜାଣି ବିଚ୍ ରାସ୍ତାରେ ମାରଣାସ୍ତ୍ର ଧରି ଲୋକଙ୍କୁ ମାରିବାକୁ ଗୋଡ଼ାଉଥିଲେ । ଯେଉଁ ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି ।

ଆରେ ଆରେ ବିଚ୍ ରାସ୍ତାରେ ଏ କି ଦୃଶ୍ୟ । ଟିକିଏ ଏ ଦୃଶ୍ୟ ଉପରେ ନଜର ପକାନ୍ତୁ ଆଜ୍ଞା, ରାସ୍ତାରେ ଯିଏ ଯୁଆଡ଼େ ଯିବା କଥା ଯାଉଛନ୍ତି । ହେଲେ ଏହି ଦୃଶ୍ୟକୁ ଦେଖି କ୍ଷଣକ ପାଇଁ ସମସ୍ତେ ଅଟକି ଯାଇଥିଲେ । ବିଚ୍ ରାସ୍ତାରେ ଯୁବକଙ୍କ ଏଭଳି କାଣ୍ଡ ସମସ୍ତଙ୍କୁ ଚକିତ କରିଥିଲା । କାହିଁକି ନା ଏହି ଦୃଶ୍ୟ ଦେଖି ସମସ୍ତଙ୍କ ଛାତି ଥରିଯାଉଥିଲା । କେହି କିଛି ବୁଝିପାରୁ ନଥିଲେ । କାହିଁକି ଯୁବକ ଜଣକ ଏପରି ବିଚ୍ ରାସ୍ତାରେ ମାରଣାସ୍ତ୍ର ଧରି ବୁଲୁଛନ୍ତି । ତାଙ୍କ ପାଖକୁ ଯିବାକୁ ଭୟ କରୁଛନ୍ତି ଲୋକେ । ଏପରି ପରିସ୍ଥିତିରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଅବସ୍ଥା କଣ ହେଉଥିବ ।
ଆଜି ସମୟ ପ୍ରାୟ ଅପରାହ୍ନ ହେବ । ରାସ୍ତାରେ ଯାଉଥିଲେ ଲୋକେ । କିନ୍ତୁ ହଠାତ୍ ଯୁବକ ଜଣକ କେଉଁଠି ଥିଲେ କେଜାଣି ବିଚ୍ ରାସ୍ତାରେ ମାରଣାସ୍ତ୍ର ଧରି ଲୋକଙ୍କୁ ମାରିବାକୁ ଗୋଡ଼ାଉଥିଲେ । ଯେଉଁ ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି । ଯୁବକଙ୍କ ଏପରି କାଣ୍ଡ ଦେଖି ଲୋକେ ପ୍ରତିବାଦ କରିବାକୁ ସାହସ କରିପାରୁନଥିଲେ କାରଣ ସେହି ଧାରୁଆ ଅସ୍ତ୍ରରେ କାହାର ଯେ ଜୀବନ ଯାଇପାରେ ତାହା କେହି କହିପାରିବେନି । ତେବେ ଏଭଳି ଘଟଣା ଦେଖିବାକୁ ମିଳିଥିଲା ଅସରଙ୍ଗ ଷ୍ଟେଟ୍ ବ୍ୟାଙ୍କ୍ ନିକଟରେ । ଜଣେ ଯୁବକ ଆତଙ୍କ ରଚିଥିଲା ।
ଆଜି ଅପରାହ୍ନ ସମୟରେ ଅସ୍ତରଙ୍ଗ ଷ୍ଟେଟ୍ ବ୍ଯାଙ୍କ ନିକଟରେ ଦୁଇଘଣ୍ଟା କାଳ ଜଣେ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ ଦେଖିବାକୁ ମିଳିଥିଲା । ହାତରେ ମାରଣାସ୍ତ୍ର ଧରି ବିଚ୍ ରାସ୍ତା ଉପରେ ଲୋକମାନଙ୍କୁ ମାରିବାକୁ ଗୋଡାଇବା ସହିତ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ମାରଣାସ୍ତ୍ର ଦେଖାଇ ଆତଙ୍କିତ କରୁଥିବାର ଚିତ୍ର ଦୁଇଘଣ୍ଟା ପାଇଁ ଏକ ବିଷମ ପରିସ୍ତିତି ସୃଷ୍ଟି କରିଥିଲା ।
ଷ୍ଟେଟ୍ ବ୍ଯାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରିବା ସହିତ ବ୍ଯାଙ୍କର ମ୍ୟାନେଜରଙ୍କ କାରକୁ କଟୁରିରେ ହାଣୀ କାର କାଚକୁ ଭାଙ୍ଗି ଦେଉଥିବାର ଚିତ୍ର କୟଦ ହୋଇଥିଲା ସିସି ଟିଭି କ୍ୟାମେରାରେ । ଏଭଳି ଘଟଣା ଘଟାଇ ଯୁବକ ଜଣକ ଘଟଣା ସ୍ଥଳରୁ ଖସି ଚାଲିଯିବା ପରେ ଅସ୍ତରଙ୍ଗ ପୁଲିସ ପହଞ୍ଚିଥିଲା । ପୋଲିସ ଆସିବାର ସୁରାକ୍ ପାଇ ଘଟଣାସ୍ଥଳରୁ ଛୁ ମାରିଥିଲା ଯୁବକ ଜଣକ । ଏବଂ ପୁଲିସ ଭୟରେ ଖୋଜା ଖୋଜି କରିବା ସମୟରେ ଆତଙ୍କ ସୃଷ୍ଟି କରିଥିବା ଯୁବକ ଜଣକ ଏକ ବିଲ ମଧ୍ୟରେ ପଳାଇଯାଉଥିବା ବେଳେ ଅସ୍ତରଙ୍ଗ ପୁଲିସ ବିଲ ମଧ୍ୟରୁ ଯୁବକକୁ କାବୁ କରିଥିଲା । ତେବେ ଯୁବକ ଜଣକ ଏଭଳି ଘଟଣା ଅନେକ ସମୟରେ ଘଟାଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଅଭାବରୁ ଖସି ଯାଉଥିବା ନେଇ ଏ ବାବଦରେ ଷ୍ଟେଟ୍ ବ୍ଯାଙ୍କ ପକ୍ଷରୁ ଅସ୍ତରଙ୍ଗ ଥାନାରେ ଏକ ଏତଲା ଦାୟର କରାଯାଇଛି ।