୫୦୦ ଟଙ୍କିଆ ତ କିଏ ୧୦୦ ପୁଣି କିଏ ୨୦୦ ଆଉ କିଏ କିଏ ୧୦ ଟଙ୍କିଆ ୨୦ ଟଙ୍କିଆ, ଉଡିଲା ପୁଳା ପୁଳା ଟଙ୍କା

ଗାୟକ ଗୋଟେ ପରେ ଗୋଟେ କୱାଲି ପରିବେଷଣ କରୁଥାନ୍ତି ଲୋକେ ଟଙ୍କା ଉଡ଼ାଉଥାଆନ୍ତି । ଏପରି କି ମନ୍ତ୍ରୀ ସାରଦା ନାଏକ ମଧ୍ୟ ପଛରେ ନଥିଲେ । ସେ ମଧ୍ୟ ଟଙ୍କା ଉଡ଼ାଉଥାନ୍ତି।

ସୁନ୍ଦରଗଡ (କେନ୍ୟୁଜ) : କିଏ ୫୦୦ ଟଙ୍କିଆ ତ ଆଉ କିଏ ୧୦୦, ପୁଣି କିଏ ୨୦୦ ଆଉ କିଏ କିଏ ୧୦ ଟଙ୍କିଆ ୨୦ ଟଙ୍କିଆ ଉଡାଉଥାନ୍ତି। ପୁଳା ପୁଳା ଟଙ୍କା ଖାଲି ଉଡୁଥାଏ । ସୋସିଆଲ ମିଡିଆରେ ଏବେ ଏହି ଭିଡିଓ ଭାଇରାଲ ହେଉଛି । ଆପଣ ଭାବୁଛନ୍ତି କି ଅନ୍ୟ କେଉଁଠି ଏ ଘଟଣା ବୋଲି । ନା ଆଜ୍ଞା ଏଭଳି ଚିତ୍ର ଦେଖିବାକୁ ମିଳିଛି ସୁନ୍ଦରଗଡ ଠାରେ ।

ଏଠାରେ ମୁସଲିମ ୟୁଥ୍ କମିଟି ପକ୍ଷରୁ କୱାଲି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ଚାଲିଥାଏ ଗାୟକ ଗୋଟେ ପରେ ଗୋଟେ କୱାଲି ପରିବେଷଣ କରୁଥାନ୍ତି ଲୋକେ ଟଙ୍କା ଉଡ଼ାଉଥାଆନ୍ତି । ଏପରି କି ମନ୍ତ୍ରୀ ସାରଦା ନାଏକ ମଧ୍ୟ ପଛରେ ନଥିଲେ । ସେ ମଧ୍ୟ ଟଙ୍କା ଉଡ଼ାଉଥାନ୍ତି।

ସୋସିଆଲ ମିଡ଼ିଆ ର ସେନସେସନ୍ ପାଲଟି ଥିବା ସାଁପ ଡସେ ତୋ ଦୋସ୍ତ୍ ବଚାଏ । ଦୋସ୍ତ୍ ଡସେ ତୋ କୋନ ବାଚାଏ ଫେମ କୱାଲି ଗାୟକ ରଇସ ଅନିସ ଶାବରୀଙ୍କ କାର୍ଯ୍ୟକ୍ରମରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ସ୍ଥାନୀୟ ଜେଡିଆର ହୋଟେଲ ପରିସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ କଓ୍ଵାଲି ଗାୟକ ରଇସ ଅନିସ ଶାବରୀଙ୍କୁ ଲୋକପ୍ରିୟତା ବହୁତ ବେଶି । ସୋସିଆଲ ମିଡିିଆରେ ତ ତାଙ୍କର କ୍ରେଜ୍‌ ବହୁତ ଅଧିକ । କଓ୍ଵାଲିରେ ନିଜର ବହୁତ ଖାସ୍‌ ପରିଚୟ ସୃଷ୍ଟି କରିପାରିଛନ୍ତି ସେ । ସବୁ କଓ୍ଵାଲି କାର୍ଯ୍ୟକ୍ରମରେ ତାଙ୍କ ଗୀତ ପରିବେଶଣରେ ଲୋକେ ଏକଦମ୍‌ ବିମୋହିତ ହୋଇପଡନ୍ତି ଆଉ ସମସ୍ତ କାର୍ଯ୍ୟକ୍ରମରେ ଏପରି ଟଙ୍କା ଉଡାନ୍ତି ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.