Below header

ସାମାନ୍ୟ ଚୁଟି ପାଇଁ ବସ୍ ଡ୍ରାଇଭର,କଣ୍ଡକ୍ଟର ଓ ହେଲପରଙ୍କୁ ଅପହରଣ

ସାମାନ୍ୟ ଚୁଟି ପାଇଁ ୩ ଜଣଙ୍କୁ ଅପହରଣ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ବିଶ୍ୱାସ କରନ୍ତୁ ଚୁଟି ପାଇଁ ଏତେ କାଣ୍ଡ ସବୁ ହେଇଯାଇଛି ଯେ ମଣିଷ ଜୀବନ ବି ପଡିଯାଇଛି ବିପଦରେ ।

ଜଳେଶ୍ବର (କେନ୍ୟୁଜ) : ଇଏ କି ଯୁଗ ହେଲା । ସାମାନ୍ୟ ଚୁଟି ପାଇଁ ୩ ଜଣଙ୍କୁ ଅପହରଣ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ବିଶ୍ୱାସ କରନ୍ତୁ ଚୁଟି ପାଇଁ ଏତେ କାଣ୍ଡ ସବୁ ହେଇଯାଇଛି ଯେ ମଣିଷ ଜୀବନ ବି ପଡିଯାଇଛି ବିପଦରେ । ଆଉ କଣ କଣ ସବୁ ହେଲା ଏହି ଚୁଟି ପାଇଁ ଆପଣଙ୍କୁ ପୂରା ଭିଡିଓକୁ ଦେଖିବାକୁ ପଡିବ ଆଜ୍ଞା । ଚୁଟି ପାଇଁ ଅପହରଣ, ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ବସରେ ପଠାଇଥିବା ଚୁଟି ଭର୍ତ୍ତି ବସ୍ତା ହଜିଯିବାରରୁ ବସ୍ ଡ୍ରାଇଭର,କଣ୍ଡକ୍ଟର ଓ ହେଲପରଙ୍କୁ ଅପହରଣ । ଏନେଇ ଅଭିଯୋଗ ହେବା ପରେ ସମସ୍ତ ଅପହୃତଙ୍କୁ ପଶ୍ଚିମବଙ୍ଗ ପଟାସପୁର ଅଞ୍ଚଳରୁ ଉଦ୍ଧାର କରିଛି ପୋଲିସ୍ । ବାଲେଶ୍ବର ଜିଲ୍ଲା ତାଳସାରୀ ମେରାଇନ୍ ଥାନା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଗତ ରବିବାର ଦିନ ନୁରାନୀ ନାମକ ଏକ ଘରୋଇ ବସରେ ଜଣେ ବୟଷ୍କ ବ୍ୟକ୍ତି ଏକ ଚୁଟି ଭର୍ତ୍ତି ବସ୍ତା ବାଲେଶ୍ବରରୁ ଜଳେଶ୍ବରକୁ ପଠାଇ ଥିଲେ । ବସଟି ଜଳେଶ୍ବରରେ ପହଞ୍ଚିବା ପରେ କିଛି ଯୁବକ ପହଞ୍ଚି ବସ କଣ୍ତକଟରଙ୍କୁ ଚୁଟି ଭର୍ତ୍ତି ବସ୍ତା ମାଗିଥିଲେ । ତେବେ ବସ୍ତା ନମିଳିବା ପରେ ସଂପୃକ୍ତ ବ୍ୟକ୍ତି ଓ କଣ୍ଡକ୍ଟରଙ୍କ ମଧ୍ୟରେ ବଚସା ହୋଇଥିଲା । ରାତିରେ ବସଟି ଦୀଘା ବର୍ଡରରେ ପହଞ୍ଚିବା ପରେ କିଛି ଯୁବକ ସେଠାରେ ପହଞ୍ଚି ଡ୍ରାଇଭର , କଣ୍ତକ୍ଟର ଏବଂ ହେଲପରକୁ ଅପହରଣ କରି ନେଇଥିଲେ।

ଅପହରଣ ପରେ ସେମାନଙ୍କୁ ମାରପିଟ୍ କରିବା ସହ ଚୁଟି ବସ୍ତା ବାବଦକୁ ପରିବାର ଲୋକଙ୍କଠୁ ଅଢେଇ ଲକ୍ଷ ଟଙ୍କା ମାଗିଥିଲେ । ଏପପଟେ ସ୍ୱାମୀଙ୍କ ଜୀବନ ରକ୍ଷା କରିବାକୁ କାନ୍ଦୁଣୁ ମାନ୍ଦୁଣୁ ସ୍ତ୍ରୀ । ଗରିବ ପରିବାର ଏତେ ଟଙ୍କା ଆଣିବେ କେଉଁଠୁ,ବାଧ୍ୟ ହୋଇ ନିଜ ସୁନା ବନ୍ଧା ପକାଇ କିଛି ଟଙ୍କା ସଞ୍ଚୟ କରି ଫୋନ ପେ ମାଧ୍ଯମରେ ଅପହରଣକାରୀ ଙ୍କୁ ୬୦ହଜାର ଟଙ୍କା ପଠାଇ ଥିଲେ। ଯାହାର ପ୍ରମାଣ ବି ଅଛି ତାଙ୍କ ପାଖରେ ।

ମାତ୍ର ସମ୍ପୂର୍ଣ୍ଣ ଟଙ୍କା ନମିଳିବାରୁ ଅପହରଣକାରୀ ମାନେ ସେମାନଙ୍କୁ ସେଠାରୁ ନେଇ ପଶ୍ଚିମବଗଂର ପୂର୍ବ ମେଦିନୀପୁର ଜିଲ୍ଲା ପଟାସପୁର ଅଞ୍ଚଳକୁ ନେଇ ରଖିଥିଲେ । ଏନେଇ ବସ ମାଲିକ ତାଳସାରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ତାଳସାରୀ ଥାନା ଅଧିକାରିଣୀ ଚମ୍ପାବତି ସୋରେନ ପଶ୍ଚିମବଗଂର ପଟାସପୁର ପୋଲିସ ସହାୟତାରେ ବିଭିନ୍ନ ସ୍ଥାନରେ ଚଢଉ କରି ଅପହୃତ ଡ୍ରାଇଭର , ହେଲପର ଏବଂ କଣ୍ଡକଟରକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.