ଭିଡିଓକୁ ନେଇ ପ୍ରତିକ୍ରିୟା ରଖିଲେ ଶ୍ରମମନ୍ତ୍ରୀ ସାରଦା ନାଏକ, କହିଲେ ଗୁରୁତ୍ଵକୁ ନବୁଝି ଭାଇରାଲ କରିବା ଠିକ ନୁହେଁ

ବିଜୁ ଜନତା ଦଳର କର୍ମୀ ମାନଙ୍କୁ ଉସ୍ଚାହିତ କରିବା ପାଇଁ ମୁଁ କେବଳ ଗୋଟିଏ ଛୁଞ୍ଚି ଧରି ଦେଇଥିଲି। କେଉଁ ସମୟରେ ଏବଂ କେଉଁ ପରିସ୍ଥିତିରେ ଏଭଳି ଏକ ଘଟଣା ଘଟିଲା ତାର ଗୁରୁତ୍ଵକୁ ଉପଲବ୍ଧି ନ କରି କେବଳ ଭିଡିଓ ଭାଇରାଲ କରିବା ଠିକ୍ ନୁହେଁ: ସାରଦା ନାୟକ

କେନ୍ୟୁଜ୍(ବ୍ୟୁରୋ): ରାଉରକେଲା ବିଧାୟକ ତଥା ଶ୍ରମମନ୍ତ୍ରୀ ସାରଦା ନାଏକଙ୍କ ଭାଇରାଲ ଭିଡିଓକୁ ନେଇ ସେ ନିଜେ ପ୍ରତିକ୍ରିୟା ରଖିଛନ୍ତି । ରକ୍ତଦାନ ଭଳି ଏକ ମହତ୍ ଦାନ ଏବଂ ଯେଉଁ ବିଜୁ ଜନତା ଦଳର କର୍ମୀ ମାନଙ୍କୁ ଉସ୍ଚାହିତ କରିବା ପାଇଁ ମୁଁ କେବଳ ଗୋଟିଏ ଛୁଞ୍ଚି ଧରି ଦେଇଥିଲି। କେଉଁ ସମୟରେ ଏବଂ କେଉଁ ପରିସ୍ଥିତିରେ ଏଭଳି ଏକ ଘଟଣା ଘଟିଲା ତାର ଗୁରୁତ୍ଵକୁ ଉପଲବ୍ଧି ନ କରି କେବଳ ଭିଡିଓ ଭାଇରାଲ କରିବା ଠିକ୍ ନୁହେଁ।

ରକ୍ତହୀନତା ପାଇଁ ଓ ରକ୍ତର ଆବଶ୍ୟକତା ପାଇଁ ଯେଉଁ ଭଳି ଲୋକ ମାନଙ୍କ ଜୀବନ ଯାଉଛି ସେ କଥାକୁ ଚିନ୍ତା ନକରି ଯେଉଁମାନେ ରକ୍ତଦାନ କରିବାକୁ ଆସିଛନ୍ତି ତାଙ୍କୁୁ ଉତ୍ସାହିତ କରିବା ପାଇଁ ରାଉରକେଲା ସରକାରୀ ଡ଼ାକ୍ତରଖାନାରେ ମୁଁ କେବଳ ଛୁଞ୍ଚି ଧରି ଦେଇଥିଲି ଏହା ଏକ ଗରହିତ ଅପରାଧ ନୁହଁ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନରେ କେତେ ୟୁନିଟ ରକ୍ତ ସଂଗୃହିତ ହେଲା ତାକୁ ଦେଖିବା କଥା । ସୁନ୍ଦରଗଡ଼ ରେ ଏକ କବାଲୀ କାର୍ଯ୍ୟକ୍ରମ ରେ ଜଣେ ଗୀତିକାର ଯେତେବେଳେ ଦେଶମାତୃକାର ଜୟଗାନ କରୁଛି, ନିଜ ଜନ୍ମ କଲା ମା’ର ମହାନତା କୁ ତା’ର କବାଲ ରେ ସ୍ଥାନ ଦେଉଛି ଓ ଇଣ୍ଡିଆ ବିଶ୍ବ କପ୍ ଆଣିବା ପାଇଁ ଦୁଆ କରୁଛି ସେ ସ୍ଥାନରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ଦର୍ଶକ ସେ ଗୀତିକାରଙ୍କୁ ସମ୍ମାନୀତ କରିବା ପାଇଁ ଟଙ୍କା ଦେଉଥିଲେ।

ମୁଁ ଅତିଥି ଭାବେ ଯୋଗଦେଇ ଅନ୍ୟ ଜଣେ ଦେଇଥିବା ଟଙ୍କା କୁ ମୁଁ କେବଳ ଦେଇ ଦେଇଥିଲି। ‘ମେ ହୁ ଡନ’ ଗୀତରେ ନାଚିବା ପ୍ରସଙ୍ଗରେ କହିଲେ ଯେ ଯଦି ଆୟୋଜକ ମାନେ ଅତିଥି ଭାବେ ଡାକିଥିବା ସାରଦା ନାଏକ ଦୁଇ ଷ୍ଟେପ ନାଚି ଦେଲେ ଖୁସି ହୁଅନ୍ତି ଅସୁବିଧା ରହିଲା କେଉଁଠି? ସାରଦା ନାଏକ କୋୖଣସି ସ୍ଥାନରେ ବେନିୟମ କାର୍ଯ୍ୟ କରି ନାହିଁ ବୋଲି କହିବା ସହ କେବଳ ଭିଡିଓ ଭାଇରାଲ କରି ଅପପ୍ରଚାର କରିବା ବଦଳରେ କେଉଁ ମହତ୍ ଉଦ୍ଦେଶ୍ୟ ସାଧିତ ହୋଇଛି ତାହା ଅନୁଭବ କରିବା ଉଚିତ ବୋଲି କହିଛନ୍ତି।