ଓପିଟିସିଏଲ ଟେକ ଟାୱାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କୋଠାରେ ବ୍ୟବହାର ହୋଇଛି ଅତ୍ୟାଧୁନିକ ଟେକ୍ନୋଲୋଜି
ଓଡ଼ିଶାବାସୀଙ୍କୁ ନିରବଚ୍ଛିନ ଓ ଉନ୍ନତମାନର ବିଜୁଳି ସେବା ଯୋଗାଇବାରେ ଓପିଟିସିଏଲ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରାଜ୍ୟରେ ଶକ୍ତିକ୍ଷେତ୍ରରେ ବିକାଶ ପାଇଁ ଅନେକ କାର୍ଯ୍ୟ କରିଛି। ୨୦୦୦ ମସିହାରେ ରାଜ୍ୟରେ ୧୬ଲକ୍ଷ ବିଜୁଳି ଉପଭୋକ୍ତା ଥିବା ବେଳେ ଏହା ୯୭ ଲକ୍ଷକୁ ବୃଦ୍ଧି ପାଇଛି।
କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ବର ସହିଦନଗରରେ ଓପିଟିସିଏଲ ଟେକ ଟାୱାର ଉଦ୍ ଘାଟିତ। ୫୫କୋଟି ଟଙ୍କାରେ ନିର୍ମିତ ଏହି ବହୁତଳ କୋଠାକୁ ଉଦ୍ ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କୋଠା ଓପିଟିସିଏଲର କର୍ପୋରେଟ ଅଫିସ ଭାବେ କାର୍ଯ୍ୟ କରିବ। ଅତ୍ୟାଧୁନିକ ଆର୍କିଟେକ୍ ଚର ଓ ବୈଷୟିକ ଜ୍ଞାନ କୌଶଳରେ ନିର୍ମିତ କୋଠାରେ କର୍ମକ୍ଷେତ୍ରରେ ସୁରକ୍ଷାକୁ ଯଥେଷ୍ଟ ଧ୍ୟାନ ଦିଆଯାଇଛି। ଅତ୍ୟାଧୁନିକ କୋଠାରେ ବିଜୁଳି ଶକ୍ତି ସଞ୍ଚୟ ଟେକ୍ନୋଲୋଜି ରହିଛି। ଏହି ଅବସରରେ ଓପିଟିସିଏଲର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଓଡ଼ିଶାବାସୀଙ୍କୁ ନିରବଚ୍ଛିନ ଓ ଉନ୍ନତମାନର ବିଜୁଳି ସେବା ଯୋଗାଇବାରେ ଓପିଟିସିଏଲ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରାଜ୍ୟରେ ଶକ୍ତିକ୍ଷେତ୍ରରେ ବିକାଶ ପାଇଁ ଅନେକ କାର୍ଯ୍ୟ କରିଛି। ୨୦୦୦ ମସିହାରେ ରାଜ୍ୟରେ ୧୬ଲକ୍ଷ ବିଜୁଳି ଉପଭୋକ୍ତା ଥିବା ବେଳେ ଏହା ୯୭ ଲକ୍ଷକୁ ବୃଦ୍ଧି ପାଇଛି। ସେହିପରି ବର୍ତ୍ତମାନ ଗ୍ରୀଡ ସଂଖ୍ୟା ମଧ୍ୟ ୮୦ରୁ ୧୯୪କୁ ବୃଦ୍ଧି ପାଇଛି।