Below header

ଖୋଲିବ ମାନସ ସ୍ୱାଇଁ ମର୍ଡର ମିଷ୍ଟ୍ରି: ଆଜିଠୁୁ ୫ ଦିନିଆ ରିମାଣ୍ଡରେ ଯିବେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତଙ୍କ ସହ ୪ ଅଭିଯୁକ୍ତ

ଚାନ୍ଦବାଲି(କେନ୍ୟୁଜ): ଖୋଲିବ କ୍ୟାମେରମ୍ୟାନ୍‌ ମାନସ ସ୍ୱାଇଁ ମର୍ଡର ମିଷ୍ଟ୍ରି । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସମେତ ୪ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବ ପୋଲିସ । ଆଜିଠୁୁ ଏପ୍ରିଲ ୨ ତାରିଖ ଯାଏ ରିମାଣ୍ଡରେ ଯିବେ । ଏଥିପାଇଁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି ଚାନ୍ଦବାଲି ଜେଏମ୍‌ଏଫସି କୋର୍ଟ । ତେବେ ରିମାଣ୍ଡରେ ଯାଉଥିବା ସମସ୍ତ ଅଭିଯୁକ୍ତ ହେଉଛନ୍ତି ଶର୍ମିଷ୍ଠା ରାଉତ, ଝୁନା ଭୋଇ, ରଞ୍ଜନ ନାୟକ ଓ ନିରଞ୍ଜନ ସେଠୀ।

ସୂଚନା ଥାଉକି, ବହୁଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ମାମଲାରେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତକୁ ଗତକାଲି ଗିରଫ କରାଯାଇଥିଲା। ସହଯୋଗୀ ଝୁନା ଭୋଇକୁ ମଧ୍ୟ ଗିରଫ କରାଯାଇଥିଲା। ଭଦ୍ରକର ନାଳଙ୍ଗ ଅଞ୍ଚଳରୁ ଉଭୟଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ସୂଚନା ମିଳିଥିଲା। ଗିରଫ ପରେ ୨ ଜଣଙ୍କୁ ଚାନ୍ଦବାଲି jmfc କୋର୍ଟରେ ହାଜର କରାଯିବାପରେ  ରିମାଣ୍ଡରେ ନେବା ପାଇଁ ଆବେଦନ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.