Below header

ବଦଳିଲେ ରାଜ୍ୟ ବିଜେପି ସଭାପତି, ମନମୋହନ ସାମଲଙ୍କୁ ମିଳିଲା ଦାୟିତ୍ବ

ବଦଳିଲେ ରାଜ୍ୟ ବିଜେପି ସଭାପତି । ନୂଆ ସଭାପତି ହେଲେ ମନମୋହନ ସାମଲ । ସମୀର ମହାନ୍ତିିଙ୍କ ସ୍ଥାନରେ ତାଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ।

ଭୁବନେଶ୍ୱର (କେନ୍ୟୁଜ): ବଦଳିଲେ ରାଜ୍ୟ ବିଜେପି ସଭାପତି । ନୂଆ ସଭାପତି ହେଲେ ମନମୋହନ ସାମଲ । ସମୀର ମହାନ୍ତିିଙ୍କ ସ୍ଥାନରେ ତାଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ପୂର୍ବରୁ ମଧ୍ୟ ମନମୋହନ ରାଜ୍ୟ ବିଜେପି ସଭାପତି ଥିଲେ । ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ସରକାର ଥିବା ବେଳେ ମନ୍ତ୍ରୀ ଥିଲେ ମନମୋହନ ସାମଲ ।

ନୂଆ ଦାୟିତ୍ୱ ପାଇବା ପରେ ମନମୋହନ ସାମଲ କହିଛନ୍ତି, ଦଳର ସମସ୍ତ ନେତା ଓ କର୍ମୀଙ୍କୁ ସାଥୀରେ ଆଗକୁ ବଢିବି । ଓଡ଼ିଶାବାସୀ ଏବେ ବିଜେଡି ଆଡୁ ମୁହଁ ଫେରାଇ ନେଉଥିବା ବେଳେ ବିଜେପି ବିକଳ୍ପ ଭାବେ ଉଭା ହୋଇଛି । ଆଗାମୀ ନିର୍ବାଚନରେ ଜୋରଦାର ଲଢେଇ ବୋଲି କହିଛନ୍ତି ମନମୋହନ ସାମଲ ।

ସୂଚନାଯୋଗ୍ୟ ଯେ, ମନମୋହନ ସାମଲ ଛାତ୍ର ଜୀବନରୁ ରାଜନୀତିରେ ଯୋଗ ଦେଇଥିଲେ । ସେ ୧୯୭୯ ମସିହାରେ ଭଦ୍ରକ କଲେଜ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କ ଯୋଗଦାନ ଥିଲା । ପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ରାଜ୍ୟ ବିଜେପି ସଭାପତି ଭାବରେ ମନମୋହନ ଦୁଇ ଥର କାର୍ଯ୍ୟ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.