Below header

ଦିଲ୍ଲୀରୁ ଫେରିଲେ ମନମୋହନ ସାମଲ: କହିଲେ, ସବୁ ଠିକ୍ ଚାଲିଛି, ସବୁ ବିଷୟରେ ଆଲୋଚନା ହେଉଛି

ଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମେଣ୍ଟ ଚର୍ଚ୍ଚା ନେଇ ମନମୋହନ ସାମଲଙ୍କ ପ୍ରତିକ୍ରିୟା । ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି କହିଲେ ମନମୋହନ । ‘ସବୁ ଠିକ୍ ଚାଲିଛି, ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି’ । ସବୁ ବିଷୟରେ ବିଚାର ଆଲୋଚନା କରାଯାଉଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ।

ଭୁବନେଶ୍ୱର (କେନ୍ୟୁଜ): ଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମେଣ୍ଟ ଚର୍ଚ୍ଚା ନେଇ ମନମୋହନ ସାମଲଙ୍କ ପ୍ରତିକ୍ରିୟା । ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି କହିଲେ ମନମୋହନ । ‘ସବୁ ଠିକ୍ ଚାଲିଛି, ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି’ । ସବୁ ବିଷୟରେ ବିଚାର ଆଲୋଚନା କରାଯାଉଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି । ତେବେ ମେଣ୍ଟ ସମ୍ପର୍କରେ ଖୋଲାଖୋଲି ନକହିଥିଲେ ବି ଦିଲ୍ଲୀରେ ମେଣ୍ଟ ନେଇ ଚର୍ଚ୍ଚା ହେଇଥିବା ଏହି କଥାରୁ ଇସାରା ଦେଇଛି ।

ସେପଟେ ଆଜି ମେଣ୍ଟ ଚର୍ଚ୍ଚା ମଧ୍ୟରେ ଆଜି ନବୀନ ନିବାସରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ଏହି ବୈଠକକୁ ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକଙ୍କୁ ଡକାଯାଇଥିବା ସୂଚନା ମିଳିଛି । ଆଜିର ବୈଠକ ପରେ ମେଣ୍ଟ ନେଇ କ୍ଲିଅର ପିକଚର ଆସିବା ସମ୍ଭାବନା ରହିଛି ।

ଗତକାଲି ଦିଲ୍ଲୀରେ ବସିଥିଲା ବିଜେପିର ଜରୁରୀ ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସରକାରୀ ବାସଭବନରେ ଏହି ବୈଠକ ଚାଲିଥିଲା । ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡିଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ । ହେଲେ ବିଜେଡି ସହ ମେଣ୍ଟ ଏଯାଏ ସ୍ପଷ୍ଟ ହୋଇପାରିନାହିଁ । ଦୁଇ ଦଳ ମଧ୍ୟରେ ଆସନ ଭାଗବଣ୍ଟାରେ କିଛିଟା ସମସ୍ୟା କାରଣରୁ ମେଣ୍ଟ ବିଳମ୍ବ ହେଉଥିବା କୁହାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.