ମନମାନୀରେ ଚାଲିଛି ରାସ୍ତା ନିର୍ମାଣ, ଦିନକ ପରେ ଉଠି ଯାଉଛି ନିମ୍ନ ମାନର ପିଚୁ କାର୍ଯ୍ୟ

ବାଙ୍କୀ ଉପଖଣ୍ଡକୁ ସଂଯୋଗ କରୁଥିବା ଗ୍ରାମ୍ୟ ନିର୍ମାଣ ବିଭାଗ ରାସ୍ତା କଳାପଥର ଭେଡା ରାମଚନ୍ଦ୍ରପୁର ରାସ୍ତା ନିର୍ମାଣ ପାଇଁ ଅନୁଦାନ ଆସିଛି । କିନ୍ତୁ ଠିକାଦାର ନା ବିଭାଗୀୟ ଯନ୍ତ୍ରୀ ଙ୍କ କଥା ଶୁଣୁଛନ୍ତି ନା ସ୍ଥାନୀୟ ଲୋକଙ୍କ କଥା ଶୁଣୁଛନ୍ତି । କାହାରି କଥା ନ ଶୁଣି ନିମ୍ନ ମାନର କାର୍ଯ୍ୟ କରିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ବାଙ୍କୀ ଉପଖଣ୍ଡକୁ ସଂଯୋଗ କରୁଥିବା ଗ୍ରାମ୍ୟ ନିର୍ମାଣ ବିଭାଗ ରାସ୍ତା କଳାପଥର ଭେଡା ରାମଚନ୍ଦ୍ରପୁର ରାସ୍ତା ନିର୍ମାଣ ପାଇଁ ଅନୁଦାନ ଆସିଛି । କିନ୍ତୁ ଠିକାଦାର ନା ବିଭାଗୀୟ ଯନ୍ତ୍ରୀ ଙ୍କ କଥା ଶୁଣୁଛନ୍ତି ନା ସ୍ଥାନୀୟ ଲୋକଙ୍କ କଥା ଶୁଣୁଛନ୍ତି । କାହାରି କଥା ନ ଶୁଣି ନିମ୍ନ ମାନର କାର୍ଯ୍ୟ କରିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ରାସ୍ତାରେ ଦୈନିକ ଶହ ଶହ ଲୋକ ଯିବା ଆସିବା କରନ୍ତି । ଏପରିକି ବେଗୁନିଆ ଅଞ୍ଚଳର ଲୋକଙ୍କ ସହିତ ନୟାଗଡ଼ ଜିଲ୍ଲାର ଲୋକେ କଟକ ଏବଂ ଆଠଗଡ ଯିବାପାଇଁ ମଧ୍ୟ ଏହି ରାସ୍ତାରେ ଯାଆନ୍ତି ।

ରାସ୍ତାର ଉନ୍ନତିକରଣ ପାଇଁ କଟକ ଗ୍ରାମ୍ୟ ନିର୍ମାଣ ବିଭାଗ ଡିଭିଜନ ୨ ପକ୍ଷରୁ ୮୦ଲକ୍ଷ ଟଙ୍କାର ଅନୁଦାନ ଆସିଛି । ହେଲେ ନିର୍ଦ୍ଦିଷ୍ଟ ଠିକା ସଂସ୍ଥା ଠିକ ଭାବରେ ପିଚୁ କାର୍ଯ୍ୟ ନ କରିବାରୁ ଦିନକ ପରେ ରାସ୍ତାରୁ ଉଠି ଯାଉଛି ପିଚୁ । ତେବେ ନୂଆ ପିଚୁ କାର୍ଯ୍ୟ ଆରମ୍ଭରୁ ଛାଡି ଯାଉଛି ତେବେ ସ୍ଥାୟୀତ୍ବ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ବାଙ୍କୀ ଗ୍ରାମ୍ୟ ନିର୍ମାଣ ବିଭାଗର ୧୬ କିଲୋମିଟର ରାସ୍ତା ନିର୍ମାଣ ପୁଣି ରାତିରେ ପିଚୁ କାର୍ଯ୍ୟ କରୁଛି ଠିକା ସଂସ୍ଥା ।

ଏହି ରାସ୍ତାର ନୂଆ ଗାଆଁ ପଞ୍ଚାୟତର ଖଜୁରୀପଦା ଆଦର୍ଶ ବିଦ୍ୟାଳୟ ଠାରୁ ଧଳାପଥର ଛକ ପର୍ଯ୍ୟନ୍ତ ପାଞ୍ଚ କିଲୋ ମିଟର ପର୍ଯ୍ୟନ୍ତ ରାସ୍ତାଟି ସମ୍ପୂର୍ଣ୍ଣ ଭାବେ ନିମ୍ନ ମାନର ପିଚୁ କାର୍ଯ୍ୟ ହୋଇଛି । ଏବେ ହାତରେ ପିଚୁ ପିଠା ଭଳି ରାସ୍ତାରୁ ଛାଡି ଯାଉଥିବାର ଲୋକେ ଅଭିଯୋଗ କରିଛନ୍ତି । ଆଦର୍ଶ ବିଦ୍ୟାଳୟକୁ ବହୁ ଦୂର ଦୂରାନ୍ତରୁ ନିରୀହ ଶିଶୁ ମାନେ ଆସୁଛନ୍ତି । କଳପଥର ହାଟକୁ ପଶ୍ଚିମ ବାଙ୍କୀ ଅଞ୍ଚଳର ଶହ ଶହ ଲୋକ ଯିବା ଆସିବା କରନ୍ତି ।

ଏ ସମ୍ପର୍କରେ ବିଭାଗୀୟ ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀ ମୁଁହ ଖୋଲୁ ନ ଥିବା ବେଳେ ବାଙ୍କୀ ଗ୍ରସ୍ତରେ ଆସିଥିବା କଟକ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ତଦନ୍ତ କରାଯାଇ ନୂତନ ଭାବେ କାର୍ଯ୍ୟ କରାଯିବ । ତେବେ ଠିକାଦାର ଜଣକ ପୁନର୍ବାର ରାସ୍ତାରେ ପିଚୁ କାର୍ଯ୍ୟ ସତରେ କରିବ ନ ନାହିଁ ତାହା ଉପରେ ସମସ୍ତଙ୍କ ନଜର । ଯଦିଓ ନିମ୍ନ ମାନର ପିଚୁ କାର୍ଯ୍ୟ ସଠିକ୍ ଭାବେ କରା ନ ଯାଏ ତେବେ ବାଙ୍କୀ ଉପଖଣ୍ଡ ଗ୍ରାମ୍ୟ ନିର୍ମାଣ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିରାଟ ଗଣ ଧାରଣା ଦିଆଯିବ ବୋଲି ସ୍ଥାନୀୟ ଲୋକମାନେ ଦେଇଛନ୍ତି ଚେତାବନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.