ଓଡିଶା ଯୁବପିଢି ତୁରନ୍ତ କରନ୍ତୁ ଆବେଦନ, ବିନା ପରୀକ୍ଷାରେ ମିଳିବ ସରକାରୀ ଚାକିରି
ଓଡିଶା ଲୋକ ସେବା ଆୟୋଗରେ ଭର୍ତ୍ତି ପାଇଁ ୩୮୫ ପଦବୀ ଖାଲିପଡିଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ OPSC ର ଅଫିସିଆଲ ସାଇଟ opsc.gov.in କୁ ଯାଇ ଅନଲାଇନ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୬ ଏପ୍ରିଲ ୨୦୨୪ ରହିଛି ।
ଓଡିଶା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ବିଭିନ୍ନ ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଓଡିଶା ଲୋକ ସେବା ଆୟୋଗରେ ଭର୍ତ୍ତି ପାଇଁ ୩୮୫ ପଦବୀ ଖାଲିପଡିଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ OPSC ର ଅଫିସିଆଲ ସାଇଟ opsc.gov.in କୁ ଯାଇ ଅନଲାଇନ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୬ ଏପ୍ରିଲ ୨୦୨୪ ରହିଛି । ଏହି ପଦବୀ ପାଇଁ କେବଳ ଅନଲାଇନ ଆବେଦନ କରାଯାଉଛି । ଡାକ କିମ୍ବା ଅନ୍ୟ ମାଧ୍ୟମରେ ଆବେଦନ ଗ୍ରହଣୀୟ ନୁହେଁ ।
ପଦବୀ ବିବରଣୀ : ୩୮୫
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୬ ଏପ୍ରିଲ ୨୦୨୪ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ସମ୍ବନ୍ଧୀୟ ବିଷୟରେ ୫୫ ପ୍ରତିଶତ ନମ୍ବର ସହିତ ମାଷ୍ଟର ଡିଗ୍ରୀ କରିଥିବା ଜରୁରୀ । ସେହିପରି ଅନୁସୂଚିତ ଜାତି ଏବଂ ଜନଜାତି ପ୍ରାର୍ଥୀ ସମ୍ବନ୍ଧୀୟ ବିଷୟରେ ୫୦ ମାର୍କ ସହିତ ମାଷ୍ଟର ଡିଗ୍ରୀ କରିଥିବା ଜରୁରୀ ।
ବୟସ ସୀମା : ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୪୫ ବର୍ଷ ହେବା ଜରୁରୀ । ସେହିପରି ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀ ବୟସ ସୀମାରେ ୫ ବର୍ଷ ଛାଡ ମିଳିବ । ସେହିପରି ଆବେଦନ ଶୁଳ୍କରେ ମଧ୍ୟ ଛାଡ ମିଳିବ ।
କେମିତି କରିବେ ଆବେଦନ :
OPSC ର ଅଫିସିଆଲ ୱେବସାଇଟ opsc.gov.in କୁ ଯାଆନ୍ତୁ ।
ହୋମ ପେଜରେ ଆପ୍ଲାଏ ଅନଲାଇନ ଟାବରେ କ୍ଲିକ୍ କରନ୍ତୁ ।
ସେଠାରେ ରେଜିଷ୍ଟ୍ରେସନ କରନ୍ତୁ ଏବଂ ବିବରଣୀ ଦିଅନ୍ତୁ ।
ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ ଏବଂ ସବମିଟ୍ କରନ୍ତୁ ।
କେମିତି ହେବ ଚୟନ :
ଏଥିପାଇଁ ଚୟନ ମେରିଟ ଜରିଆରେ ହେବ । ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀ ଡକ୍ୟୁମେଣ୍ଟ ଭେରିଫିକେସନ ପାଇଁ ଡକାଯିବ । ଭେରିଫିକେସନ ସମୟରେ ଶିକ୍ଷାଗତ ପ୍ରମାଣପତ୍ର ସହିତ ପରିଚୟ ପତ୍ର ନେଇ ଯିବାକୁ ହେବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।