କଂକ୍ରିଟ ମେସିନ ସହିତ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

ମର୍ମନ୍ତୁଦ ଦୁର୍ଘଟଣା, ୨ ମୃତ। କଟକ ବାଙ୍କୀ ରାସ୍ତା କୁଶପଙ୍ଗି ବଡ଼ ଶଙ୍ଖ ନିକଟରେ କଂକ୍ରିଟ ମେସିନ ସହିତ ବାଇକ୍ ମୁହାଁମୁହିଁ ଧକ୍କା। ଫଳରେ ଘଟଣାସ୍ଥଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ବାଙ୍କୀ (କେନ୍ୟୁଜ): ମର୍ମନ୍ତୁଦ ଦୁର୍ଘଟଣା, ୨ ମୃତ । କଟକ ବାଙ୍କୀ ରାସ୍ତା କୁଶପଙ୍ଗି ବଡ଼ ଶଙ୍ଖ ନିକଟରେ କଂକ୍ରିଟ ମେସିନ ସହିତ ବାଇକ୍ ମୁହାଁମୁହିଁ ଧକ୍କା । ଫଳରେ ଘଟଣାସ୍ଥଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଦୁଇ ଜଣଙ୍କ ପରିଚୟ ମିଳିପାରିନାହିଁ । ବାଙ୍କୀ ପୋଲିସ ଘଟଣାର ତଦନ୍ତ କରୁଛି । କଂକ୍ରିଟ ମେସିନଟି ବାଙ୍କୀରୁ ଆସୁଥିବାବେଳେ ଜାତମୁଣ୍ଡିଆ ପଟୁ ଦୁଇ ଜଣ ବାଇକରେ ଆସୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.