CAA କୁ ପ୍ରତ୍ୟାହାର କରିବା ଅସମ୍ଭବ, ଏହାପାଇଁ କୌଣସି ସଂଖ୍ୟାଲଘୁ ଭୟଭୀତ ହେବା ଉଚିତ ନୁହେଁ

ସିଏଏ ମୋଦି ସରକାର ଆଣିଛନ୍ତି ଏବଂ ଏହାକୁ ପ୍ରତ୍ୟାହାର କରିବା ଅସମ୍ଭବ । ବିରୋଧୀ ଦଳ ନେତାମାନେ ତୁଷ୍ଟୀକରଣ ରାଜନୀତି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । କୌଣସି ପରିସ୍ଥିତିରେ ବି CAAକୁ ପ୍ରତ୍ୟାହାର କରାଯିବ ନାହିଁ ।

ସାରା ଦେଶରେ ଲାଗୁ ହୋଇଛି ନାଗରିକତା ସଂଶୋଧନ ଆଇନ । ବିରୋଧୀ କିନ୍ତୁ ଏହାକୁ ନେଇ ରାଜନୀତି କରୁଛନ୍ତି। ସିଏଏକୁ ନେଇ ଅମିତ ଶାହଙ୍କ କଡ଼ା ଜବାବ ଦେଇଛନ୍ତି । ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ସିଏଏ ଜରିଆରେ ନୂଆ ଭୋଟ ବ୍ୟାଙ୍କ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ବିରୋଧୀ ।

ସେ କହିଛନ୍ତି, ସିଏଏ ମୋଦି ସରକାର ଆଣିଛନ୍ତି ଏବଂ ଏହାକୁ ପ୍ରତ୍ୟାହାର କରିବା ଅସମ୍ଭବ । ବିରୋଧୀ ଦଳ ନେତାମାନେ ତୁଷ୍ଟୀକରଣ ରାଜନୀତି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । କୌଣସି ପରିସ୍ଥିତିରେ ବି CAAକୁ ପ୍ରତ୍ୟାହାର କରାଯିବ ନାହିଁ । ଏହାକୁ କାର୍ଯ୍ୟକାରୀ କରିବାକୁ ମନା କରିବାର ଅଧିକାର ସେମାନଙ୍କର ଅଛି କି ବୋଲି ଶାହା ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି । ମୋଦି ସରକାରଙ୍କ ସବୁ ଗ୍ୟାରେଣ୍ଟି ପୂରା ହୋଇଛି ଆଉ ଆଗକୁ ହେବ ବୋଲ କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସେମାନଙ୍କ ପାଖରେ ଅନ୍ୟ କିଛି କାମ ନାହିଁ । ସେହିଭଳି ଧାରା ୩୭୦ ଉଚ୍ଛେଦ କଥା ଉଠାଇ ମଧ୍ୟ ବିରୋଧୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।

ତିନି ଦେଶର ସଂଖ୍ୟାଲଘୁ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ମିଳିବ । ସିଏଏରେ ମୁସଲିମ ବହୁଳ ତିନି ପଡ଼ୋଶୀ ଦେଶରୁ ଶରଣାର୍ଥୀ ଭାବେ ଆସିଥିବା ଅନ୍ୟ ଧର୍ମର ନାଗରିକତା ଦେବାର ନିୟମ ରହିଛି । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ନିଜର ନିର୍ବାଚନୀ ଇସ୍ତାହାରରେ ସିଏଏ ଲାଗୁ କରିବାକୁ ଘୋଷଣା କରିଥିଲା । ମୋଦି ସରକାର କେନ୍ଦ୍ରରେ ଆସିବା ପରେ ନାଗରିକତା ଆଇନ -୧୯୫୫ରେ ସଂଶୋଧନ କରିଥିଲେ । ସଂଶୋଧିତ ଆଇନରେ ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶରୁ ୨୦୧୪ ଡିସେମ୍ବର ୩୧ ତାରିଖ ପୂର୍ବରୁ ଭାରତକୁ ଚାଲିଆସିଥିବା ସଂଖ୍ଯାଲଘୁ ଶରଣାର୍ଥୀ ଯଥା ହିନ୍ଦୁ, ଖ୍ରୀଷ୍ଟିଆନ,ଶିଖ, ଜୈନ, ବୌଦ୍ଧ ଏବଂ ପାର୍ସୀଙ୍କୁ ଭାରତର ନାଗରିକତା ପ୍ରଦାନ କରାଯିବ । ଏଥିପାଇଁ ଏହି ଶରଣାର୍ଥୀଙ୍କୁ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତ ଅନଲାଇନ ପୋର୍ଟାଲରେ ଆବେଦନ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.