Below header

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନୂତନ ନିର୍ଦ୍ଦେଶିକା ଦାଇତ୍ୱ ଗ୍ରହଣ କଲେ ଡ଼. ମନୋରମା ମହାନ୍ତି

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନୂତନ ନିର୍ଦ୍ଦେଶିକା ଭାବରେ ଦାଇତ୍ୱ ଗ୍ରହଣ କରିଛନ୍ତି ଡ଼. ମନୋରମା ମହାନ୍ତି l ଦାଇତ୍ୱ ହସ୍ତାନ୍ତର କଲେ ଏଚ ଆର ବିଶ୍ୱାସ l ଓଡ଼ିଆ ଝିଅ ଭାବେ ନିଜ ମାଟିରେ କାମ କରିବାର ସୁଯୋଗ ମିଳିବାରୁ ଖୁସି ବ୍ୟକ୍ତ କରିଛନ୍ତି l

ଭୁବନେଶ୍ୱର: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନୂତନ ନିର୍ଦ୍ଦେଶିକା ଭାବରେ ଦାଇତ୍ୱ ଗ୍ରହଣ କରିଛନ୍ତି ଡ଼. ମନୋରମା ମହାନ୍ତି l ଦାଇତ୍ୱ ହସ୍ତାନ୍ତର କଲେ ଏଚ ଆର ବିଶ୍ୱାସ l ଓଡ଼ିଆ ଝିଅ ଭାବେ ନିଜ ମାଟିରେ କାମ କରିବାର ସୁଯୋଗ ମିଳିବାରୁ ଖୁସି ବ୍ୟକ୍ତ କରିଛନ୍ତି l ପାଣିପାଗର ସଠିକ ଆକଳନ ସବୁବେଳେ ଚ୍ୟାଲେଞ ରହିଥାଏ l ଅହମଦାବାଦରେ ଥିବା ବେଳେ ଆରବ ସାଗରରେ ବାତ୍ୟା ବିପର୍ଯ୍ୟୟର ଅଭିଜ୍ଞତା ରହିଛି l ପାଣିପାଗ କେନ୍ଦ୍ର ଓ ଗଣମାଧ୍ୟମର ସବୁବେଳେ ଗୁରୁତ୍ୱ ଭୂମିକା ରହିଆସିଛି l ଆଗକୁ ବି ସହଯୋଗ ରହିଥାଉ ବୋଲି କହିଛନ୍ତି ନିର୍ଦ୍ଦେଶିକା ମନୋରମା ମହାନ୍ତି l

ପାଣିପାଗର ସଠିକ ଆକଳନ ଯେତିକି ଗୁରୁତ୍ୱ ପୂର୍ଣ୍ଣ ଲୋକଙ୍କୁ ସଠିକ ସୂଚନା ଦବା ବି ସେମିତି ଗୁରୁତ୍ୱ l ଲଘୁଚାପ ଠୁ ଆରମ୍ଭ କରି ଛୋଟ ବଡ଼ ବାତ୍ୟା ପର୍ଯ୍ୟନ୍ତ l ଫନି ବାତ୍ୟା ବହୁତ ବଡ଼ ରହିଥିଲା l ଗଣମାଧ୍ୟମର ସହଯୋଗ ସବୁବେଳେ ରହିଛି l ରାଜ୍ୟବାସୀଙ୍କୁ ଆପଣମାନେ ସୂଚନା ପହଂଚାଉଥିଲେ l ଆପଣମାନଙ୍କୁ ଧନ୍ୟବାଦ l ଚାକରି କରିବା ସମୟରେ ବିଭିନ୍ନ ସ୍ଥାନକୁ ଯିବାକୁ ପଡେ l ମୋର କଲିକତାକୁ ବଦଳି ହେଇଥିବାବେଳେ, ଓଡ଼ିଶା ସବୁବେଳେ ମନେ ରହିବ ବୋଲି କହିଛନ୍ତି ପୂର୍ବତନ ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.