ଦାରିଦ୍ର୍ୟ ମୁକ୍ତ ହେଉଛି ଓଡିଶା, ୧୫ ବର୍ଷରେ କୋଟିଏରୁ ଅଧିକ ଓଡିଆ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତ

ବହୁମୁଖୀ ଦାରିଦ୍ର୍ୟ ହାର ହ୍ରାସରେ ଓଡିଶାକୁ ବଡ଼ ଉପଲବଧି। ଗତ ୧୫ ବର୍ଷରେ ରାଜ୍ୟର ଏକ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ମୁକ୍ତ ହୋଇଛନ୍ତି। ଦାରିଦ୍ର୍ୟ ମୁକାବିଲା ଦ୍ବାରା ସ୍ଥିତି ସୁଧୁରିଥିବା ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଉଲ୍ଲେଖନୀୟ ପ୍ରଦର୍ଶନ କରିଛି।

ବହୁମୁଖୀ ଦାରିଦ୍ର୍ୟ ହାର ହ୍ରାସରେ ଓଡିଶାକୁ ବଡ଼ ଉପଲବଧି। ଗତ ୧୫ ବର୍ଷରେ ରାଜ୍ୟର ଏକ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ମୁକ୍ତ ହୋଇଛନ୍ତି। ଦାରିଦ୍ର୍ୟ ମୁକାବିଲା ଦ୍ବାରା ସ୍ଥିତି ସୁଧୁରିଥିବା ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ୯ ବର୍ଷ ମଧ୍ୟରେ ଦେଶରେ ଦାରିଦ୍ର୍ୟ ହାରରେ ୧୭.୮୯ ପ୍ରତିଶତ କମିଥିବା ବେଳେ ରାଜ୍ୟରେ ଗତ ୧୫ ବର୍ଷ ମଧ୍ୟରେ ଏହି ହାର ୪୮.୧୬ ପ୍ରତିଶତ ହ୍ରାସ ପାଇଛି। ବହୁମୁଖୀ ଦାରିଦ୍ର୍ୟ ହାର ବିବେଚନା କରିବା ପାଇଁ ୧୦ଟି ମାନଦଣ୍ଡ ମଧ୍ଯରୁ ତିନିଟି ପ୍ରମୁଖ ଦିଗକୁ ବିଚାର କରି ନୀତି ଆୟୋଗ ଏହି ରିପୋର୍ଟ ପ୍ରକାଶ କରିଛି।

ସୁଧୁରିଛି ଜୀବନ ଧାରଣର ମାନ। ଭାରତ ସରକାରଙ୍କ ନୀତି ଆୟୋଗ ଓ ୟୁଏନଡିପିର ମିଳିତ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ୨୦୧୩-୧୪ ଦେଶରେ ଦାରିଦ୍ର୍ୟ ହାର ୨୯.୧୭ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ଏହା ୧୧.୨୮ ପ୍ରତିଶତକୁ ହ୍ରାସ ପାଇଛି। ୯ବର୍ଷରେ ୨୪କୋଟି ୮୨ ଲକ୍ଷ୍ୟ ଲୋକ ଦାରିଦ୍ର୍ୟ ମୁକ୍ତ ହୋଇଛନ୍ତି। ଓଡ଼ିଶାରେ ୨୦୦୫-୦୬ ରେ ୬୩.୮୪ ପ୍ରତିଶତ ଲୋକ ବହୁମୁଖୀ ଦାରିଦ୍ର୍ୟ କବଳରେ ଥିଲେ। ୨୦୧୫-୧୬ ସୁଦ୍ଧା ଏହି ହାର ୨୯.୩୪ ପ୍ରତିଶତକୁ ହ୍ରାସ ପାଇଥିଲା। ୨୦୧୯-୨୧ ସୁଦ୍ଧା ୧୫.୬୮ ପ୍ରତିଶତକୁ ହ୍ରାସ ପାଇଛି। ଗତ ୧୫ ବର୍ଷ ଭିତରେ ଓଡିଶାର ଏକ କୋଟି ୨ଲକ୍ଷ ଲୋକ ବହୁମୁଖୀ ଦାରିଦ୍ର୍ୟ କବଳରୁ ମୁକ୍ତି ପାଇଛନ୍ତି। ରିପୋର୍ଟ ଅନୁଯାୟୀ ଯେଉଁ ହାରରେ ଦାରିଦ୍ର୍ୟ ହ୍ରାସ ପାଉଛି, ୨୦୨୫ ସୁଦ୍ଧା ବହୁମୁଖୀ ଦାରିଦ୍ର୍ୟ ହାର ଏକକ ଅଙ୍କକୁ ଖସି ଆସିବ ବୋଲି ଆକଳନ କରାଯାଉଛି।

ବୈଶ୍ବିକ ବହୁମୁଖୀ ଦାରିଦ୍ର୍ୟ ହାର ନିରୂପଣର ୧୦ଟି ମାନଦଣ୍ଡକୁ ବିଚାର କରି ଏହି ତଥ୍ୟ ପ୍ରକାଶ ପାଇଛି। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଦେଶର ବିଭିନ୍ନ କ୍ଷେତ୍ରରେ କିପରି ଲୋକଙ୍କ ସ୍ଥିତି ସୁଧୁରୁଛି ତାହା ଏଥିରେ ଉଲ୍ଲେଖ ହୋଇଛି। ଦାରିଦ୍ର୍ୟ ମୁକାବିଲା ଦ୍ବାରା ସ୍ଥିତି ସୁଧୁରିଥିବା ରାଜ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା ଉଲ୍ଲେେଖନୀୟ ପ୍ରଦର୍ଶନ କରିଛି। ସର୍ବାଧିକ ଦାରିଦ୍ର୍ୟ ହାର ତାଲିକାର ଶୀର୍ଷରେ ଉତ୍ତର ପ୍ରଦେଶ ରହିଥିବା ବେଳେ ଏହା ପଛକୁ ବିହାର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ରହିଛନ୍ତି। ଏହି ରାଜ୍ୟଗୁଡ଼ିକରେ ୧ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟମୁକ୍ତ ହୋଇଛନ୍ତି। ଉତ୍ତରପ୍ରଦେଶରେ ସର୍ବାଧିକ ୫ କୋଟି ୯୩ ଲକ୍ଷ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତି ପାଇଥିବା ବେଳେ ବିହାରର ୩ କୋଟି ୭୭ ଲକ୍ଷ , ମଧ୍ୟପ୍ରଦେଶର ୨ କୋଟି ୩ ୩ଲକ୍ଷ, ପଶ୍ଚିମବଙ୍ଗର ଏକ କୋଟି ୭୨ ଲକ୍ଷ ଓ ମହାରାଷ୍ଟ୍ରର ଏକ କୋଟି ୫୯ଲକ୍ଷ ଲୋକ ଦାରିଦ୍ର୍ୟରୁ ନିସ୍ତାର ପାଇଛନ୍ତି। କିନ୍ତୁ ରାଜ୍ଯର ଲୋକସଂଖ୍ୟାକୁ ବିଚାର କରି ଏହାକୁ ଆକଳନ କଲେ ଦାରିଦ୍ର୍ୟ ହାର ହ୍ରାସ ତାଲିକାରେ ଓଡିଶା ଦ୍ବିତୀୟ ସ୍ଥାନରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.