କୁନୋରେ ନାମ୍ବିଆରୁ ଆସିଥିବା ଆଉ ଏକ ଚିତା ‘ଶୌର୍ଯ୍ୟ’ର ମୃତ୍ୟୁ, ଏ ପର୍ଯ୍ୟନ୍ତ ଗଲାଣି ୧୦ ଚିତାଙ୍କ ଜୀବନ

ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମ୍ବିଆରୁ ଆସିଥିବା ଆଉ ଏକ ଚିତା ‘ଶୌର୍ଯ୍ୟ’ର ମୃତ୍ୟୁ ଘଟିଛି । ଶୌର୍ଯ୍ୟକୁ ମିଶାଇ ଏ ପର୍ଯ୍ୟନ୍ତ ୧୦ ଚିତାଙ୍କର ଏଠାରେ ମୃତ୍ୟୁ ହୋଇସାରିଲାଣି ।

ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମ୍ବିଆରୁ ଆସିଥିବା ଆଉ ଏକ ଚିତା ‘ଶୌର୍ଯ୍ୟ’ର ମୃତ୍ୟୁ ଘଟିଛି । ଶୌର୍ଯ୍ୟକୁ ମିଶାଇ ଏ ପର୍ଯ୍ୟନ୍ତ ୧୦ ଚିତାଙ୍କର ଏଠାରେ ମୃତ୍ୟୁ ହୋଇସାରିଲାଣି । ସେଥି ମଧ୍ୟରେ ୩ ଶାବକ ଅଛନ୍ତି । ଶୌର୍ଯ୍ୟ ହେଉଛି ୧୦ମ ଚିତା । ହେଲେ ଏ ପର୍ଯ୍ୟନ୍ତ ଶୌର୍ଯ୍ୟ ମୃତ୍ୟୁର କାରଣ ଜଣାପଡ଼ି ନାହିଁ ।

ଲାୟନ ପ୍ରୋଜେକ୍ଟର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ଯେ ଆଜି ଦିନ ୩ଟା ୧୭ରେ ନାମ୍ବିଆରୁ ଆସିଥିବା ଶୌର୍ଯ୍ୟର ମୃତ୍ୟୁ ହୋଇଛି । ବ୍ୟବଚ୍ଛେଦ ପରେ ହିଁ ମୃତ୍ୟୁ କାରଣ ଜଣାପଡ଼ିବ । ସୂଚନାଯୋଗ୍ୟ, କୁନୋ ଜାତୀୟ ପାର୍କରେ ଚିତା ବଂଶ ବୃଦ୍ଧି ପାଇଁ ନାମ୍ବିଆ ଏବଂ ଦକ୍ଷିଣ ଆଫ୍ରିକାରୁ ୨୦ ଚିତାବାଘଙ୍କୁ ଅଣାଯାଇଥିଲା । କିନ୍ତୁ ଭିନ୍ନ ଭିନ୍ନ କାରଣରୁ ୭ ଚିତା ଆଖି ବୁଜି ଦେଇଛନ୍ତି ।

ଏହିପରି ନାମ୍ବିଆରୁ ଆସିଥିବା ମାଈ ଚିତା ‘ଜ୍ୱାଳା’ ଏଠାରେ ୪ ଶାବକ ଜନ୍ମ ଦେଇଥିଲା । ସେଥି ମଧ୍ୟରୁ ୨୦୨୩ ମେ’ ୨୩ରେ ଗୋଟିଏ ଶାବକର ମୃତ୍ୟୁ ହୋଇଥିବା ବେଳେ ମେ’ ୨୫ରେ ଡିହାଇଡ୍ରେସନ ଯୋଗୁ ଆଉ ଦୁଇଟି ଶାବକ ଆଖି ବୁଜିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.