ଜୁନ୍‌ ୧୦ ପୂର୍ବରୁ ଓଡ଼ିଶା ଛୁଇଁବନି ମୌସୁମୀ, ଆଗୁଆ ଆସିବା ସମ୍ଭାବନା କ୍ଷୀଣ

କେନ୍ୟୁଜ୍(ବ୍ୟୁରୋ): ଧୋକା ଦେଲା ମୌସୁମୀ। ଜୁନ୍‌ ୧୦ ପୂର୍ବରୁ ଓଡ଼ିଶା ଛୁଇଁବନି ମୌସୁମୀ। ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ସମୟଠାରୁ ଅର୍ଥାତ୍‌ ମେ ୨୭ ତାରିଖ ସୁଦ୍ଧା କେରଳ ଛୁଇଁବ ବୋଲି IMD ଆକଳନ କରିଥିଲା। କେରଳ ପହଞ୍ଚିବାକୁ ମୌସୁମୀକୁ ଆଉ କିଛି ଦିନ ଲାଗିପାରେ ବୌଲି IMD କହିଛି।

ଆସନ୍ତା ୪୮ଘଣ୍ଟା ଭିତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଦକ୍ଷିଣ ଆରବ ସାଗର, ସଂପୂର୍ଣ୍ଣ ମାଲଦ୍ୱୀପ ଓ ଲକ୍ଷାଦ୍ୱୀପର କିଛି ଅଂଶକୁ ଛୁଇଁବ। ରାଜ୍ୟର ବିଭିନ୍ନ ସ୍ଥାନରେ ମେ ୩୧ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ହେବ। ମାତ୍ର ତାପମାତ୍ରା ଅପରିବର୍ତ୍ତିତ ରହିବ। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଜୁନ୍‌ ପ୍ରଥମ ସପ୍ତାହରେ ତାତି ଚଳିତ ବର୍ଷର ରେକର୍ଡ ଭାଙ୍ଗିପାରେ। ୪୬-୪୭ ଡିଗ୍ରୀ ସେଲ୍‌ସିୟସ ତାତିରେ ଭାଜି ହୋଇଯିବ ଓଡ଼ିଶା। ଆଭ୍ୟନ୍ତୀରଣ କି ଉପକୂଳ ମିଳିବନି ନିସ୍ତାର। ଗରମ ସାଙ୍ଗକୁ ଭୀଷଣ ଗୁଳୁଗୁଳି ଛଟପଟ କରିବ।