ଷ୍ଟାଡିୟମରେ କୁକୁର ବୁଲାଇବା ମହଙ୍ଗା ପଡ଼ିଲା, ଆଇଏଏସ୍‌ ସଞ୍ଜୀବ ଖୀରଓ୍ଵାରଙ୍କୁ ଲଦାଖ ବଦଳି

କେନ୍ୟୁଜ୍(ବ୍ୟୁରୋ): ଷ୍ଟାଡିୟମରେ କୁକୁର ବୁଲାଇବା ମହଙ୍ଗା ପଡ଼ିଲା । ଆଇଏଏସ୍‌ ଦମ୍ପତିଙ୍କୁ କରାଗଲା ବଦଳି । କୁକୁର ସହ ସାନ୍ଧ୍ୟ ଭ୍ରମଣ ପାଇଁ ଷ୍ଟାଡିୟମକୁ ଖେଳାଳିଙ୍କୁ ବାରଣ କରାଯିବା ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଆଇଏଏସ୍‌ ସଞ୍ଜୀବ ଖୀରଓ୍ଵାର ଲଦାଖ ଓ ତାଙ୍କ ପତ୍ନୀ ରିଙ୍କୁ ଡୁଗାଙ୍କୁ ଅରୁଣାଚଳ ପ୍ରଦେଶ ବଦଳି କରାଯାଇଛି ।

ଉଭୟଙ୍କ ବଦଳି ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଭୟଙ୍କ ବିରୋଧରେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ପୋଷା କୁକୁର ବୁଲାଉଥିଲେ । ଏଥିପାଇର୍ ଖେଳାଳିଙ୍କୁ ଶୀଘ୍ର ପ୍ରାକ୍ଟିସ ଶେଷ କରିବାକୁ ପଡ଼ୁଥିଲା । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.