ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ, ଅପହରଣ ପରେ ୪ ଜଣଙ୍କୁ କଲେ ନୃଶଂସ ହତ୍ୟା

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ । ପ୍ରଥମେ  ୪ ଜଣଙ୍କୁ ଅପହରଣ କରିବାପରେ ପ୍ରଜାକୋର୍ଟରେ ପୋଲିସ ଇନଫର୍ମର ସନ୍ଦେହରେ ନୃଶଂସ ଭାବେ ହତ୍ୟା କଲେ ମାଓବାଦୀ । ଶହ ଶହ ଗାଁ ଲୋକଙ୍କ ଉପସ୍ଥିତିରେ ଧାରୁଆ ଆସ୍ତ୍ର ଏବଂ ଠେଙ୍ଗାରେ ପିଟି ପିଟି ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି ।

ଏଭଳି ଘଟଣା ଘଟିଛି ଗଙ୍ଗଲୁର ଥାନା ଅନ୍ତର୍ଗତ କୁର୍ଚେଲି ଗାଁ ନିକଟରେ । ସମସ୍ତ ୪ ମୃତକଙ୍କ ଶବକୁ ପୋଲିସ ଘଟଣାସ୍ଥଳରୁ ଉଦ୍ଧାର କରି ବ୍ୟବଛେଦ କରିବା ପରେ ଗାଁ ଲୋକଙ୍କୁ ହସ୍ତାନ୍ତର କରିଛି । ଘଟଣାକୁ ନିନ୍ଦା କରିବା ସହ ମାଓବାଦୀ ନିଜ ସଙ୍ଗଠନ ଦୁର୍ବଳ ହେଉଥିବାରୁ ଏଭଳି ହତ୍ୟାକରି ଲୋକଙ୍କ ମନରେ ଭୟ ଜାଗ୍ରତ କରିବା ପାଇଁ ଏଭଳି କରୁିଥିବା ବିଜାପୁର ଏସ୍‌ପି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.