Below header

ମାଓବାଦୀଙ୍କ ବର୍ବରକାଣ୍ଡ, ଆନ୍ଧ୍ରପ୍ରଦେଶର ବିଧାୟକଙ୍କୁ ଗୁଳି କରି ହତ୍ୟା

ମାଲକାନଗିରି (କେନ୍ଯୁଜ୍) : ମାତିଲେ ମାଓବାଦୀ । ମାଲକାନଗିରି ସୀମାନ୍ତରେ ବର୍ବରକାଣ୍ଡ । ଆନ୍ଧ୍ରପ୍ରଦେଶର ଜଣେ ବିଧାୟକଙ୍କୁ ଗୁଳିକରି ହତ୍ୟା କରିଛି ଲାଲବାହିନୀ । ଆନ୍ଧ୍ରପ୍ରଦେଶର ଆରଖୁ ବିଧାନସଭା ନିର୍ବାଚନମଣ୍ଡଳୀ ବିଧାୟକ କିଦାରି ସର୍ବେଶ୍ୱର ରାଓଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ଅନ୍ୟ ଜଣେ ଆରଖୁର ପୂର୍ବତନ ବିଧାୟକ ସିବିରି ସୋମାନଙ୍କୁ ମଧ୍ୟ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ ।

ଏକ ସଭାରେ ଯୋଗଦେବାକୁ ଯାଉଥିବା ବେଳେ ଆନ୍ଧ୍ରପ୍ରଦେଶର ଡୁମ୍ବ୍ରିଗୁଡ଼ା ମଣ୍ଡଳ ନିକଟରେ ମାଓବାଦୀମାନେ ଅଟକାଇଥିଲେ । ପରେ ସେମାନଙ୍କୁ ଉପରକୁ ଗୁଳି ଚଳାଇଥିଲେ । ଟପ୍‌ ମାଓ ନେତା ରାମକୃଷ୍ଣଙ୍କ ନେତୃତ୍ୱରେ ୫୦ରୁ ଅଧିକ ମାଓବାଦୀ ଏହି କାଣ୍ଡ ଘଟାଇଛନ୍ତି । ମାଓବାଦୀଙ୍କ ଗୁଳିରେ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ ବିଧାୟକ କିଦାରି ସର୍ବେଶ୍ୱର ଓ ପୂର୍ବତନ ବିଧାୟକ ସିବିରି ସୋମା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.