ସ୍ବାମୀ ହେଲେ ଶହିଦ, ପରିବାକୁ ସମ୍ବାଳିବା ସହ ଦେଶକୁ ସୁରକ୍ଷା ଦେବାପାଇଁ ହୋଇଗଲେ ସେନା ଲେଫନେଣ୍ଟ

ନୂଆଦିଲ୍ଲୀ :  ମହିଳାଙ୍କ ଜୀବନରେ ବହୁ ଦୁଃଖର ସମୟ ସେତେବେଳେ ଆସିଥାଏ ଯେତେବେଳେ ବହୁତ କମ୍ ବୟସରେ ତାଙ୍କୁ ବିଧବାର ଜୀବନ ବିତାଇବାକୁ ପଡ଼ିଥାଏ। ଏହି ସମୟରେ ଦୁନିଆର ଦୁଃଖ ତାଙ୍କ ଉପରେ ପଡ଼ିଗଲା ଭଲି ଲାଗିଥାଏ। କିଏ ଚାହିଁଲେ ମଧ୍ୟ ସେହି ସମୟରେ ନିଜକୁ ସମ୍ବାଳି ପାରିନଥାନ୍ତି। ଏପରିକି କିଛି ନିରୁପାୟ ହୋଇ ନିଜ ଜୀବନ ହାରି ବସନ୍ତି। କିନ୍ତୁ ଏମାନଙ୍କୁ ଭୁଲ ପ୍ରମାଣିତ କରିଛନ୍ତି ନିରୁ ସବ୍ଯାଲାଲ। ନିରୁ ହେଉଛନ୍ତି ଶହିଦ ରବିନ୍ଦ୍ର ସବ୍ଯାଲାଲଙ୍କ ଧର୍ମପତ୍ନୀ। ଭାରତ ସେନାର ଅଧିକାରୀ ରବିନ୍ଦ୍ରଙ୍କ ଦେହାନ୍ତ ଜମ୍ମୁ କାଶ୍ମୀରରେ ୨୦୧୫ରେ ହୋଇଥିଲା। ଆସନ୍ତୁ ଜାଣିବା କିପରି ରହିଥିଲା ନିରୁଙ୍କ ଶହିଦଙ୍କ  ପତ୍ନୀରୁ ଲେଫନେଣ୍ଟର ଯାତ୍ରା।


ନିରୁଙ୍କ କହିବା ଅନୁଯାୟୀ,  ମୁଁ ମୋ ସ୍ବାମୀଙ୍କ ଦେହାନ୍ତ ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲି। କିନ୍ତୁ ମୋ ଝିଅ ମୋର ପାଇଁ ପ୍ରେରଣା ସାଜିଥିଲା। ଏହାପରେ ମୁଁ ସେନାରେ ସାମିଲ ହେବାର ନିର୍ଣ୍ଣୟ ନେଇଥିଲି। ଆଜି ମୁଁ ଭାରତୀୟ ସେନାରେ ଲେଫନେଣ୍ଟ ଭାବେ କାର୍ଯ୍ଯରତ। ତାଙ୍କ କହିବା ଅନୁଯାୟୀ,ସେନାରେ କାମ କରିବାକୁ ହେଲେ ଆପଣଙ୍କୁ ମାନସିକ ସ୍ତରରେ ମଜବୁତ ହେବାକୁ ପଡ଼ିଥାଏ। ନିରୁଙ୍କର ଗୋଟିଏ ଛୋଟ ଝିଅ ରହିଥିବା ବେଳେ ସେ ଏବେ ପରିବାରକୁ ସମ୍ଭାଳିବା ସହ ଦେଶକୁ ସୁରକ୍ଷା ମଧ୍ୟ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.