Below header

ସାଥୀଙ୍କ ସହିତ ଝଗଡା ହେଉଛିକି ! ଘରେ ରଖନ୍ତୁ ଏହି ମୂର୍ତ୍ତି, ଭଲ ପାଇବା ବଢ଼ିବା ସହ ହେବ ଧନ ପ୍ରାପ୍ତି

ସବୁବେଳେ ଲୋକମାନଙ୍କୁ ଘରେ ଏବଂ ଅଫିସରେ ହାତୀର ମୂର୍ତ୍ତି ରଖିବାକୁ କୁହାଯାଇଥାଏ, କାରଣ ଏମିତି କରିବା ଦ୍ବାରା ନକାରାତ୍ମକ ଉର୍ଜା ପ୍ରବେଶ କରିନଥାଏ। ଘରର ମୁଖ୍ୟ ଦ୍ବାରରେ ହାତୀର ମୂର୍ତ୍ତୀ ରଖିବା ଶୁଭ ବୋଲି ଧରାଯାଇଥାଏ। ଏପରି କରିବା ଦ୍ବାରା ପରିବାରରେ ଶୁଖ ଶାନ୍ତି ଲାଗି ରହିଥାଏ ଏବଂ ଲୋକମାନେ ମିଳିମିଶି ହୋଇ ରହିଥାନ୍ତି।

elephantଏବେ ଆପଣ ନିଶ୍ଚୟ ଭାବୁଥିବେ ଯେ ହାତୀର ମୂର୍ତ୍ତି କେମିତି ହୋଇଥିବା ଆବଶ୍ୟକ, ତେବେ ଆପଣଙ୍କୁ ଜଣାଇବୁ ଯେଉଁ ମୂର୍ତ୍ତୀରେ ହାତୀର ଶୁଣ୍ଢ ତଳ ଆଡକୁ ରହିଥାଏ ସେମିତି ମୂର୍ତ୍ତି ଲଗାଇବା ଦ୍ବାରା ପରିବାରରେ ଶୁଖ ଶାନ୍ତି ଆସିଥାଏ ବୋଲି ଧରାଯାଇଥାଏ। ଯେଉଁ ମୂର୍ତ୍ତିରେ ହାତୀର ଶୁଣ୍ଢ ଉପର ଆଡକୁ ରହିଥାଏ, ସେମିତି ମୂର୍ତ୍ତିରେ ଧନ-ସମ୍ରୁଦ୍ଧି ପ୍ରାପ୍ତ ହୋଇଥାଏ ବୋଲି ଧରାଯାଏ।

Elephantଘରର ବେଡରୁମରେ ମଧ୍ୟ ହାତୀର ମୂର୍ତ୍ତି ରଖିବା ଅତ୍ୟନ୍ତ ଶୁଭ ବୋଲି ଧରାଯାଏ। ଏମିତି କରିବା ଦ୍ବାରା ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଭଲ ପାଇବା ଲାଗି ରହିଥାଏ ଏବଂ ଦମ୍ପତିଙ୍କ ମଧ୍ୟରେ କଥା କଥାରେ ବିବାଦ ହୋଇନଥାଏ। ଘରେ ହାତୀର ସାବକକୁ ରଖିବା ମଧ୍ୟ ବହୁତ ଶୁଭ ବୋଲି ଧରାଯାଏ।

elephant1ଏପରି କରିବା ଦ୍ବାରା କୁହାଯାଏଯେ ପିଲାମାନେ ଆଜ୍ଞାକାରୀ ହୋଇଥାନ୍ତି। ଏମିତି ପିଲାମାନେ ନିଜର ବାପା ମା’ଙ୍କର ଖୁବ୍ ଆଦର ଏବଂ ସମ୍ମାନ କରିଥାନ୍ତି। ଏହା ସହିତ ସେମାନେ ସଂସ୍କାରୀ ମଧ୍ୟ ହୋଇଥାନ୍ତି। ଷ୍ଟଡି ଟେବୁଲରେ ହାତୀର ମୂର୍ତ୍ତି ରଖାଯାଇଥାଏ କାରଣ ଏପରି କରିବା ଦ୍ବାରା ପିଲାଙ୍କର ପଢ଼ାରୁ ଧ୍ୟାନ ହଟି ନଥାଏ ଏବଂ ସେମାନେ ପଢ଼ିଥିବା ପାଠକୁ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ମନେ ରଖିଥାନ୍ତି।

elephantସମ୍ମାନ ପାପ୍ତି ପାଇଁ ମଧ୍ୟ ହାତୀର ମୂର୍ତ୍ତିକୁ ଶୁଭ ବୋଲି ଧରାଯାଏ। ଏଥିପାଇଁ କୁହାଯାଏ ଯେ ବେଡରୁମରେ ସାତଟି ହାତୀର ମୂର୍ତ୍ତି ରଖିବା ଦରକାର। ଏହା ସହିତ କ୍ୟାରିୟରରେ ଉନ୍ନତି ପାଇବା ପାଇଁ ଘରର ଉତ୍ତର ଦିଶାରେ ହାତୀର ମୂର୍ତ୍ତି ରଖିବା ଶୁଭ ବୋଲି ଧରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.