Below header

୨୫ ସେପ୍ଟେମ୍ବରରେ ହେବାକୁ ଥିବା RRB ଗ୍ରୁପ୍ ଡି ପରୀକ୍ଷାକୁ କରାଯାଇଛି ବାତିଲ, ଜାଣନ୍ତୁ କେବେ ରହିଛି ନୂଆ ତାରିଖ

ଆରଆରବି ଗ୍ରୁପ ଡିର ଭର୍ତ୍ତୀ ପାଇଁ ୨୫ ସେପ୍ଟେମ୍ବରରେ ହେବାକୁ ଥିବା ପରୀକ୍ଷାକୁ ବାତିଲ କରାଯାଇଛି। ନୁଆ ତାରିଖରେ ଏହି ପରୀକ୍ଷା କରିବା ପାଇଁ ରେଲୱେ ନିଷ୍ପତ୍ତି କରିଛି। ୨୫ ସେପ୍ଟେମ୍ବରରେ ହେବାକୁ ଥିବା ଆରଆରବି ଗ୍ରୁପ୍ ଡି ପରୀକ୍ଷାକୁ ରେଲୱ ଭର୍ତ୍ତୀ ବୋର୍ଡ ଭୋପାଲ ବାତିଲ କରିଛି।

ରେଲୱେ ଏହି ବିଷୟରେ ନିଜର ଅଫିସିଆଲ ୱେବସାଇଟ୍ www.rrbbpl.nic.inରେ ଏକ ନୋଟିସ ଜାରୀ କରିଛି, କିନ୍ତୁ ଏହି ବାତିଲ ହେବାର କାରଣ ଜଣାଇ ନାହାନ୍ତି। ନୋଟିସ ଅନୁସାରେ ଏହି ପରୀକ୍ଷା ଏବେ ଏକ ନୂଆ ତାରିଖରେ ହେବ ଯାହାର ଘୋଷଣା ଶୀଘ୍ର ୱେବସାଇଟ ମାଧ୍ୟମରେ ଜଣାଇ ଦିଆଯିବ।

trainନୋଟିସରେ ଲେଖାଯାଇଛିଯେ କେନ୍ଦ୍ରୀୟକ୍ରୁତ ରୋଜଗାର ସୂଚନା ସଂଖ୍ୟା ୦୨/୨୦୧୮ ଲେବଲ-୦୧ ପଦ ପାଇଁ ୨୫ ସେପ୍ଟେମ୍ବର ୨୦୧୮ ରେ କେବଳ ଭୋପାଳ ଶହରର ବିଭିନ୍ନ କେନ୍ଦ୍ରରେ ହେବାକୁଥିବା ପରୀକ୍ଷା (ସିବିଟି)କୁ ସ୍ତଗିତ କରାଯାଇଛି। ଏହାର ସୂଚନା ଆବେଦନକାରୀଙ୍କୁ ଏସଏମଏସ ଦ୍ବାରା ଜଣାଇ ଦିଆଯାଇଛି। ଏହି ପରୀକ୍ଷା ୨୦୧୮, ଅକ୍ଟୋବର ୧୬ ପରେ ଆୟୋଜିତ କରାଯିବ।

ଆବେଦନକାରୀଙ୍କୁ (ସିବିଟି)ର ନୂଆ ତାରିଖ ଏସଏମଏସ ଦ୍ବାର ତାଙ୍କର ରେଜିଷ୍ଟର ମୋବାଇଲ ନମ୍ବରରେ ସୂଚିତ କରାଯିବ।
ରେଲୱେରେ ପରୀକ୍ଷାର୍ଥୀଙ୍କ ସାହାଯ୍ୟ ପାଇଁ ହେଲ୍ପ ଡେସ୍କ ମଧ୍ୟ ଜାରୀ କରାଯାଇଛି। ଏହି ହେଲ୍ପ ଡେସ୍କ ଉପରେ ଲଗ ଇନ କରି ଆପଣ ରେଲୱେର ଗ୍ରୁପ୍ ଡି ପରୀକ୍ଷାରେ ଥିବା ସମସ୍ୟାର,ସମାଧାନ ପାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.