ମୋଦି କେୟାର୍‌ରେ ଆପଣ ଆସୁଛନ୍ତି କି ? ଆୟୁଷ୍ମାନ ଭାରତରେ ନାଁ ଅଛି କି ନାହିଁ ? କେମିତି ଜାଣିବେ, ପଢନ୍ତୁ

ଆୟୁଷ୍ମାନ ଭାରତ ଯୋଜନାରେ ଦେଶର ୧୦ କୋଟି ପରିବାରର ୫୦ କୋଟିରୁ ଅଧିକ ଲୋକ ଉପକୃତ ହେବେ । ପ୍ରତିବର୍ଷ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବେ କେନ୍ଦ୍ର ସରକାର । ଯୋଜନାର ଲାଭ କେମିତି ଉଠାଇବେ ଓ ସୁଫଳ ଆପଣଙ୍କୁ ମିଳିବ କି ନାହିଁ ? ଯୋଗ୍ୟ ହିତାଧିକାରୀ ତାଲିକାରେ ଆପଣଙ୍କର ନାଁ ଅଛି କି ନାହିଁ ? ଜାଣିବା ପାଇଁ କିଛି ପ୍ରକ୍ରିୟା ସମ୍ପର୍କରେ ଜାଣନ୍ତୁ ।

Inaguration

ଷ୍ଟେପ୍‌-୧

ପ୍ରଥମେ ସରକାରୀ ୱେବସାଇଟ୍‌ mera.pmjay.gov.in ରେ ଲଗ୍‌ ଇନ୍‌ କରନ୍ତୁ । ଏହାପରେ ହୋମ୍‌ ସ୍କ୍ରିନ୍‌ରେ ନିଜ ମୋବାଇଲ୍‌ ନମ୍ବର ଦେବାକୁ ଅପସନ୍‌ ଆସିବ । ଏହାର ଠିକ୍‌ ତଳେ କ୍ୟାପ୍‌ଚା (captcha)ମିଳିବ । ସେଥିରେ ଦିଆଯାଇଥିବା ନମ୍ବରକୁ ଖାଲି ସ୍ଥାନରେ ଦିଅନ୍ତୁ ।

AYUSHMAN-1

ଏହାପରେ ଜେନେରେଟ୍‌ ଓଟିପି ଅପସନ୍‌ରେ କ୍ଲିକ୍‌ କରନ୍ତୁ । ସେଠାରେ କ୍ଲିକ୍‌ କରିବା ମାତ୍ରେ ଆପଣଙ୍କ ମୋବାଇଲ୍‌ ନମ୍ବରକୁ ଏକ ଓଟିପି ଆସିବ । ଓଟିପି ନମ୍ବରକୁ ୱେବସାଇଟ୍‌ରେ ଭେରିଫାଏ କରନ୍ତୁ ।

AYUSHMAN-2

ଷ୍ଟେପ୍‌-୨

ଓଟିପି ଭେରିଫିକେସନ୍‌ ପରେ ଖୋଲିବ ଏକ ନୂଆ ପେଜ୍‌ । ଯେଉଁଠାରେ ନିଜ ରାଜ୍ୟର ନାଁ ବାଛିବାକୁ ପଡ଼ିବ । ଏହାପରେ ମୋବାଇଲ୍‌ ନମ୍ବର କିମ୍ବା ଅନ୍ୟ କୌଣସି ତଥ୍ୟ ଦେଇ ନିଜ ନାଁକୁ ସର୍ଚ୍ଚ କରନ୍ତୁ ।

AYUSHMAN-3

ଷ୍ଟେପ୍‌-୩

ୱେବସାଇଟ୍‌ରେ ଥରେ ଆପଣଙ୍କ ନାଁ ପଞ୍ଜୀକୃତ ହୋଇଯିବା ପରେ ନିଜ ରାସନ୍‌ କାର୍ଡ କିମ୍ବା ମୋବାଇଲ୍‌ ନମ୍ବର ସାହାଯ୍ୟରେ ଜାଣି ପାରିବେ ଆୟୁଷ୍ମାନ ଯୋଜନାର ଲାଭ ପାଇବେ କି ନାହିଁ ।

AYUSHMAN-4

କେମିତି ହୋଇଥିଲା ରେଜିଷ୍ଟ୍ରେସନ୍‌

ୱେବସାଇଟ୍‌ରେ ସେହି ହିତାଧିକାରୀଙ୍କ ନାଁ ଆସିବ, ଯେଉଁମାନେ ନିଜ ରାସନ୍‌ କାର୍ଡ କିମ୍ବା ମୋବାଇଲ୍‌ ନମ୍ବରକୁ ଜମା କରିଥିବେ । ଏଥିପାଇଁ ପୂର୍ବରୁ ସର୍ଭେ କରାଯାଇଛି । ଆୟୁଷ୍ମାନ ଯୋଜନା ପାଇଁ ପୂର୍ବରୁ ହିତାଧିକାରୀ ଚୟନ ଅଭିଯାନ କରାଯାଇଥିଲା । ସୋସିଆଲ୍‌ ଇକୋନୋମିକ୍‌ କାଷ୍ଟ ସେନସେସ୍‌ ବା SECC ଡାଟାବେସ୍‌ ଆଧାରରେ ଲୋକମାନଙ୍କଠାରୁ ସେମାନଙ୍କର ମୋବାଇଲ୍‌ ଓ ରାସନ୍‌ କାର୍ଡ ନମ୍ବର ନିଆଯାଇଥିଲା ।

AYUSHMAN-6

ନାଁ ନଥିଲେ କ’ଣ କରିବେ ?

ଯଦି ଆପଣଙ୍କ ନାଁ ୱେବସାଇଟ୍‌ରେ ନାହିଁ, ଚିନ୍ତିତ ହେବାର କୌଣସି କାରଣ ନାହିଁ । ଏଥିପାଇଁ ନିଜ ନାଁ, ବାପାଙ୍କ ନାଁ, ଲିଙ୍ଗ ଓ ରାଜ୍ୟର ନାମକୁ ପ୍ରଥମେ ପଞ୍ଜୀକୃତ କରିବାକୁ ପଡ଼ିବ । ଏହାପରେ ପଞ୍ଜୀକୃତ ତାଲିକାରେ ନିଜ ନାଁ ଆସିବ । ଏହି ପ୍ରକ୍ରିୟା ସରିବା ପରେ ଗେଟ୍‌ ଏସ୍‌ଏମ୍‌ଏସ୍‌ (Get SMS) ଅପସନ୍‌ରେ କ୍ଲିକ୍‌ କରନ୍ତୁ । ତାପରେ ପଞ୍ଜୀକୃତ ମୋବାଇଲ୍‌ ନମ୍ବରରେ ଗୋଟିଏ ମେସେଜ୍‌ ଆସିବ । ସେଥିରେ ମିଳିଥିବା ରେଜିଷ୍ଟ୍ରେସନ୍‌ ନମ୍ବରକୁ ଦାୟିତ୍ୱର ସହ ରଖନ୍ତୁ । କାରଣ ଭବିଷ୍ୟତରେ ଏହି ମେସେଜ୍‌ ବହୁ କାମରେ ଆସିବ ।

AYUSHMAN-7

ଅନ୍‌ଲାଇନ୍‌ରେ ନହେଲେ ଶେଷ ଉପାୟ

ଅନ୍‌ଲାଇନ୍‌ରେ ଏସବୁ ପ୍ରକ୍ରିୟା ସାରିବା ପରେ ଯଦି ଆପଣଙ୍କ ନାଁ ସର୍ଚ୍ଚ ତାଲିକାରେ ଆସୁନାହିଁ, ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣ ‘ଆୟୁଷ୍ମାନ ମିତ୍ର’ଙ୍କ ସହ ଯୋଗାଯୋଗ କରିପାରିବେ । ତାଙ୍କ ନିକଟରେ ଆବଶ୍ୟକ କାଗଜପତ୍ର ଜମା କରିବାକୁ ପଡ଼ିବ । ଏହାପରେ ଆପଣ ଜାଣି ପାରିବେ କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନାର ଲାଭ ପାଇବେ କି ନାହିଁ । ଆପଣ ଯୋଗ୍ୟ କି ନୁହେଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.