Below header

‘ଗୁଣି କରି ମୋ ସ୍ତ୍ରୀର ଗର୍ଭ ନଷ୍ଟ କରୁଥିଲେ, ମୁଁ ମାରି ଦେଲି’

ବାରିପଦା (କେନ୍ୟୁଜ୍) : ଡାହାଣୀ ସନ୍ଦେହରେ ଏକାଥରେ ଦୁଇ ଦୁଇ ଜଣଙ୍କୁ ହତ୍ୟା ! ହତ୍ୟାକାରୀ ଶ୍ୟାମ ବାସକେ ଜାମଦା ଥାନାରେ ଆତ୍ମସମର୍ପଣ । ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ମଧୁପୁର ଗ୍ରାମରେ ହୋଇଛି ଏହି ଡବଲ ମର୍ଡର । ଶ୍ୟାମ ବାସକେଙ୍କର ନିଜ ଗାଁର ତିନି ଜଣ ମହିଳାଙ୍କ ଉପରେ ସନ୍ଦେହ ଥିଲା । ସେମାନେ ଗୁଣି ଗାରେଡି କରି ତାଙ୍କ ସ୍ତ୍ରୀର ପାଞ୍ଚ ପାଞ୍ଚଥର ଗର୍ଭ ନଷ୍ଟ କରିଥିବା ସେ ସନ୍ଦେହ କରୁଥିଲେ ।

guni 1ତେଣୁ ଆକ୍ରମଣ କରିଥିଲେ ଏହି ଦୁଇ ପଡୋଶୀ ମହିଳାଙ୍କୁ । ସେମାନଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିଥିଲେ ।ମୃତ ମହିଳାମାନେ ହେଉଛନ୍ତି ଗ୍ରାମର କାର୍ମି ମୁର୍ମୁ  ଓ ସୂର୍ଯ୍ୟ ହେମ୍ବ୍ରମ । ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା ବେଳେ ନିଜ ସାନ ମା’ ଜବା ବାସକେଙ୍କୁ ତୀର ମାଡ଼ କରିଥିଲେ ।

guni 2ସେ ଆହତ ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି । ସେପଟେ ଅଘଟଣ ଘଟାଇବା ପରେ ଜାମଦା ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.