ମିଳିଲାନି କାନ୍ଧ, ଉଠିଲାନି ମୃତଦେହ । କାରଣ ?

କେନ୍ଦୁଝର (କେନ୍ୟୁଜ୍) : ଶବସତ୍କାର ପାଇଁ ଗାଁ ଶ୍ମଶାନରେ ହାତେ ଜାଗା ମିଳିଲା ନାହିଁ । ସାହି ଲୋକେ ଆସିଲେନି, କି ମୃତ ଦେହକୁ କାନ୍ଧ ଦେଲେନି । ଯାହାଫଳରେ ୨ ଦିନ ପଡି ରହିଲା ମୃତଦେହ । କେନ୍ଦୁଝର ଜିଲ୍ଳା ସଦର ବ୍ଲକ ଅନ୍ତର୍ଗତ ମହାଦେଇ ଯୋଡ଼ା ଗାଁରେ ଘଟିଛି ଏଭଳି ଘଟଣା । ଗାଁର ପର୍ଶୁରାମ ହାଇବୁରୁ କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ଚିକିତ୍ସା ପାଇଁ ଅର୍ଥ ଅଭାବ ହେବାରୁ କିଛି ଅନ୍ୟ ଧର୍ମର ଲୋକେ ତାଙ୍କୁ ଚିକିତ୍ସା ଯୋଗାଇ ଦେବାକୁ କହିଥିଲେ ।

DEADBODY ପରେ ସେ ଖ୍ରୀଷ୍ଟ ଧର୍ମ ଗ୍ରହଣ କଲେ । ତେବେ ଗତ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଥିଲା । ସେ ଅନ୍ୟ ଧର୍ମ ଗ୍ରହଣ କରିଥିବାରୁ ତାଙ୍କ ମରଶରୀରକୁ ଗାଁ ଲୋକେ ସମାଧି ଦେବାକୁ ବାରଣ କରିଥିଲେ । ପୋଲିସ ପହଁଚିବା ପରେ ପର୍ଶୁରାମଙ୍କର ନିଜ ବାଡ଼ିରେ ଶବକୁ ପୋତି ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.