Below header

ପୋଲିସ୍‌ ଇନଫର୍ମର ସନ୍ଦେହରେ ଅପହରଣ କରିଥିବା ୨ଜଣଙ୍କୁ ପଚରାଉଚରା ପରେ ଛାଡିଲେ ମାଓବାଦୀ

କନ୍ଧମାଳ: ଅପହରଣ କରିଥିବା ଦେବେନ୍ଦ୍ର ମାଝୀଙ୍କୁ ପଚରାଉଚରା ପରେ ଛାଡିଲେ ମାଓବାଦୀ । ପୋଲିସ୍‌ ଇନଫର୍ମର ସନ୍ଦେହରେ କନ୍ଧମାଳ ବେଲଘର ଥାନା ଗୁରୁ ଗାଁରେ ଦେବେନ୍ଦ୍ର ମାଢି ଓ ଗୋବିନ୍ଦ ମାଝିଙ୍କୁ ମାଓବାଦୀମାନେ ଉଠାଇ ନେଇଥିଲେ ।

ପୂର୍ବରୁ ଗୋବିନ୍ଦ ମାଝୀଙ୍କୁ ମାଡ ମାରି ଛାଡି ଦେଇଥିବାବେଳେ ଦେବେନ୍ଦ୍ର ମାଝିଙ୍କୁ ଅଟକ ରଖିଥିଲେ । ଦେବେନ୍ଦ୍ର ଓ ଗୋବିନ୍ଦଙ୍କୁ କଡା ଚେତାବନୀ ଦେଇଛି ବଂଶଧାରା ଘୁମୁସର ନାଗାବାଳୀ ଡିଭିଜନାଲ କମିଟି । ଶୁକ୍ରବାର ଗୋଛାଗୁଡା ଗାଁର ସରପଞ୍ଚଙ୍କ ପୁଅ ଭାବନୀ ଶଙ୍କର ପାତ୍ର ଓ ଜଣେ ଯୁବକଙ୍କୁ ଘରୁ ଡାକିନେଇ ହତ୍ୟା କରିଥିଲେ । ଏହାପରେ ଗାଁରେ ଭୟ ଓ ଶୋକର ବାତାବରଣ ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.