Below header

ଘରୁ ମିଳିଲା ସୁଜାତାଙ୍କ ମୃତଦେହ, ସ୍ୱାମୀ କହିଲେ ଆତ୍ମହତ୍ୟା ଆଉ ବାପା କହୁଛନ୍ତି ହତ୍ୟା

ଗଞ୍ଜାମ : ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର । ତାହା ପୁଣି ସନ୍ଦେହଜନକ ସ୍ଥିତିରେ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବସ୍ ଷ୍ଟାଣ୍ଡ ନିକଟରେ ଥିବା ଏକ ଘରୁ ସୁଜାତା ସେଠୀ ନାମ୍ନୀ ମହିଳାଙ୍କ ମୃତଦେହ ମିଳିଛି । ଦିଗପହଣ୍ଡି ଥାନା ଅନ୍ତର୍ଗତ ଲାଡି ଗାଁର ସନ୍ତୋଷ ସେଠୀଙ୍କ ଝିଅ ହେଉଛନ୍ତି ସୁଜାତା । ସେହି ଗାଁର ଚିତ୍ତ ରଂଜନ ସେଠୀଙ୍କୁ ସେ ୨୦୧୭ ମସିହାରେ ପ୍ରେମ ବିବାହ କରିଥିଲେ । ଏହା ପରେ ଦିଗପହଣ୍ଡିରେ ଏକ ଭଡା ଘରେ ରହୁଥିଲେ ।

ତେବେ ଗତ କିଛି ଦିନ ହେଲା ଚିତ୍ତ ରଂଜନ ତାଙ୍କୁ ଯୌତୁକ ଆଣିବା ପାଇଁ ବାଧ୍ୟ କରି ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଥିଲା । ଗତକାଲି ରାତିରେ ସୁଜାତା ଆତ୍ମହତ୍ୟା କରି ଦେଇଥିବା ସ୍ବାମୀ ଚିତ୍ତ ରଞ୍ଜନ ଥାନାରେ ଖବର ଦେଇଥିଲେ । ପୋଲିସ୍ ପହଞ୍ଚି ଶବ ଉଦ୍ଧାର କରି ପୋଷ୍ଟ ମର୍ଟମ୍ ପାଇଁ ବ୍ରହ୍ମପୁର ପଠାଇଛନ୍ତି । ଅପରପକ୍ଷରେ ଝିଅକୁ ହତ୍ୟା କରାଯାଇଥିବା ସୁଜାତାଙ୍କ ବାପା ଥାନାରେ ଏତଲା ଦେଇଛନ୍ତି । ସ୍ବାମୀ ଚିତ୍ତକୁ ଥାନାରେ ଅଟକ ରଖି ପୋଲିସ୍‌ ତଦନ୍ତ ଚଳାଇଛି । ଚିତ୍ତ ନାଁରେ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ ହୋଇଥିବା ପୋଲିସ ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.