ଆଉ ଲଗାଇବାକୁ ପଡ଼ିବନି ଆରଟିଓ ଚକ୍କର, ସହଜରେ କରିପାରିବେ ଗାଡ଼ିର ମାଲିକାନା ଟ୍ରାନ୍ସଫର

ଆମ ଦେଶରେ ଗାଡ଼ି କିଣିବା ବହୁତ ସହଜ। କିନ୍ତୁ ତାକୁ ନିଜ ନାଁରେ କରିବା କିମ୍ବା ଟ୍ରାନ୍ସଫର କରିବା ପାଇଁ ବହୁତ ହଇରାଣ ହେବାକୁ ପଡିଥାଏ। ଏବେ ଗ୍ରାହକଙ୍କୁ ଏହି ସମସ୍ଯାରୁ ମୁକ୍ତି ମିଳିବ। ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ବାହନ ଟ୍ରାନ୍ସଫର କରିବାର ପ୍ରୋସେସକୁ ସହଜ କରିବା ପାଇଁ କେନ୍ଦ୍ରୀୟ ମୋଟରବାହନ ନିୟମ(CMVR) ସଂଶୋଧନ କରିବାର ପ୍ରସ୍ତାବ ଦିଆଯାଇଛି । ଏହି ନୂଆ ପ୍ରସ୍ତାବ ଅନୁଯାୟୀ ଗାଡ଼ିର ମାଲିକ ନିଜ ଗାଡ଼ିର ରେଜିଷ୍ଟ୍ରସନ କରିବା ପରେ ମଧ୍ୟ ଅନଲାଇନ ଆବେଦନ କରି କାହାକୁ ମଧ୍ୟ ନୋମିନ କରିପାରିବେ।

ଆଉ କାଟିବାକୁ ପଡ଼ିବନି RTO ଚକ୍କର :

ଏହି ପ୍ରସ୍ତାବ ଯୋଗୁ ଗାଡ଼ି ମାଲିକଙ୍କ ମୃତ୍ୟୁ ପରେ ବିନା କୌଣସି ଟେନସନରେ ଆପଣ ନିଜ ନାମକୁ ଟ୍ରାନ୍ସଫର କରିପାରିବେ। ଆପଣଙ୍କୁ ଆଉ ଆଗ ଭଳି ପରିବାର ସଦସ୍ଯ/ନାମାଙ୍କିତ ବ୍ଯକ୍ତି ଲଗାତାର ଅଲଗା ଅଲଗା ଅଫିସକୁ ଯିବାକୁ ପଡ଼ିବନାହିଁ । କିମ୍ବା ଅନେକ ପ୍ରକାର ଡକ୍ଯୁମେଣ୍ଟ ଜମା କରିବାର କିଛି ଆବଶ୍ଯକତା ନାହିଁ।

vechile

ଆଧାରକାର୍ଡ ଜରିଆରେ ହେବ ଭେରିଫିକେସନ:

ମୋଟର ବାହନରେ ନାମ ଥିବା ବ୍ଯକ୍ତିଙ୍କୁ ମାଲିକଙ୍କ ମୃତ୍ୟୁ ପରେ ଆଇନଗତ ଭାବେ ଉତ୍ତରାଧିକାରୀ ହେବା ପାଇଁ ପରିଚୟ ପତ୍ର ଦେବା ନିତାନ୍ତ ଜରୁରୀ। ଯଦି ଉତ୍ତରାଧିକାରୀ ଥିବା ବ୍ଯକ୍ତି ପୂର୍ବରୁ ନୋମିନ ରହିଛନ୍ତି, ତେବେ ଗାଡ଼ିକୁ ତାଙ୍କ ନାମରେ ଟ୍ରାନ୍ସଫର କରାଯାଇପାରିବ। ଏଥିପାଇଁ କେବଳ ନାମ ଥିବା ବ୍ଯକ୍ତିକୁ ପୋର୍ଟାଲରେ ମୃତ୍ୟୁ ପ୍ରମାଣପତ୍ର ଅପଲୋଡ କରିବାକୁ ହେବ। ଏହି ପୋର୍ଟାଲ ମାଧ୍ୟମରେ ତାଙ୍କ ନାମରେ ରେଜିଷ୍ଟ୍ରେସନ ଥିବା ନୂଆ ସାର୍ଟିଫିକେଟ ପାଇଁ ଆପ୍ଲାଇ କରିବାକୁ ହେବ । ଯାହା ଆଧାରକାର୍ଡ ମାଧ୍ୟମରେ ଭେରିଫିକେସନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.