କୁଚିଣ୍ଡା ଅଚଂଳକୁ ୧୧ଟି ଅକ୍ସିଜେନ ସିଲିଣ୍ଡର ଯୋଗାଇବ ମାରୱାଡି ଯୁବାମଞ୍ଚ, ବିଧାୟକ କଲେ ପ୍ରଶଂସା

କୁଚିଣ୍ଡା : ବର୍ତ୍ତମାନ ମହାମାରୀ କରୋନା ତାର କାୟା ବିସ୍ତାର କରିଚାଲିଥିବା ବେଳେ କରୋନାରେ ପିଡିତ ଥିବା ରୋଗୀଙ୍କ ପାଇଁ ଜୀବନ ରକ୍ଷକ ସଂଜିବନୀ ହୋଇଛି ଅକ୍ସିଜେନ ସିଲିଣ୍ଡର । ତେବେ ଅକ୍ସିଜେନ ସିଲିଣ୍ଡରର ଚାହିଦା ଅଧିକ ହେବାରୁ ଏହାର ଅଭାବ ମଧ୍ୟ ଦେଖାଦେଉଛି । ସରକାରୀ ସ୍ତରରେ ଏହାର ଆବଶ୍ୟକତା ପୁରଣ ପାଇଁ ପ୍ରଚେଷ୍ଟା କରାଯାଉଥିବା ବେଳେ, ବହୁ ସାମାଜିକ ସଂଗଠନ ମଧ୍ୟ ନିଜସ୍ୱ ଉଦ୍ୟମରେ ଏଥିପାଇଁ ସାହାଯ୍ୟ କରିବାକୁ ଆଗକୁ ଆସିଛନ୍ତି ।

କୁଚିଣ୍ଡା ଅଚଂଳରେ ମଧ୍ୟ କୋଭିଡ ରୋଗୀଙ୍କ ମାଗଣାରେ ଅମ୍ଲଜାନ ସିଲିଣ୍ଡର ଯୋଗାଇବା ପାଇଁ ମାରୱାଡି ଯୁବାମଞ୍ଚ ଏବଂ ଜାଗୃତି ଶାଖା ଆଗେଇ ଆସିଛନ୍ତି । ଆଜି ମାରୱାଡି ଧର୍ମଶାଳାରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ ଯୋଗ ଦେଇ ଉଦଘାଟନ କରିଛନ୍ତି। ୧୧ ଗୋଟି ଅକ୍ସିଜେନ ସିଲିଣ୍ଡରକୁ ମାଗଣାରେ ଅଚଂଳକୁ ଯୋଗାଇଦେବେ ବୋଲି ମାରୱାଡି ଯୁବାମଞ୍ଚର କର୍ମକର୍ତ୍ତା କହିଛନ୍ତି।

ଯେଉଁ କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ ଦରକାର ପଡୁଛି ତାଙ୍କର ସୁବିଧା ପାଇଁ ସମାଜସେବୀ ରାମଲାଲ ଅଗ୍ରୱାଲ ଘରକୁ ଘର ଯାଇ ଅକ୍ସିଜେନ ସିଲିଣ୍ଡର ପହଞ୍ଚାଇଥାନ୍ତି ।ଏପରି କାର୍ଯ୍ୟକୁ ବିଧାୟକ କିଶୋର ଚନ୍ଦ୍ର ନାଏକ ପ୍ରଶଂସା କରି ଉତରୀୟ ଦେଇ ସମ୍ମାନୀତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.