ପୁଣି ଅଜଣା ଜୀବ ଆତଙ୍କ, ସୁବର୍ଣ୍ଣପୁର ବୀରମହାରାଜପୁର ଅଞ୍ଚଳରେ ୨୫ରୁ ଅଧିକ ମେଣ୍ଢାଙ୍କ ମୃତ୍ୟୁ

ସୋନପୁର (କେ ନ୍ୟୁଜ୍‌) : ଘଟଣା ନିଆଳି କିମ୍ବା ଭଞ୍ଜନଗର ଅଞ୍ଚଳର ନୁହେଁ, ଏଥର ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ରେ । ଏଠାକାର ବାଗବରା ପଞ୍ଚାୟତର କୁମୁରସିଂହା ଗାଁରେ ସୋମବାର ରାତିରେ ଘଟିଛି ଏହି ଆତଙ୍କର ଘଟଣା । କପିଳ ମହାକୁରଙ୍କ ଗୁହାଳରେ ମରି ପଡ଼ିଛନ୍ତି ୨୫ରୁ ଅଧିକ ମେଣ୍ଢା । ମୋଟ୍‌ ୫୨ଟି ମେଣ୍ଢା ସେ ପାଳିଥିଲେ । ତା ଭିତରୁ ଛୋଟ ବଡ଼ ମିଶି ୨୬ରୁ ଅଧିକ ମେଣ୍ଢା ମରିଥିବା ବେଳେ ଆଉ କିଛି ମୃତ୍ୟୁର ଅପେକ୍ଷାରେ ଅଛନ୍ତି । କାହାର ବେକ ଖଣ୍ଡିଆ ତ ଆଉ କାହାର ପେଟ କି ପିଠିରେ କାମୁଡ଼ା ଆଘାତ ରହିଛି । ତେଣୁ ଅଜଣା ଜନ୍ତୁ ଆକ୍ରମଣରେ ଏମାନେ ମରିଥିବା ସନ୍ଦେହ କରାଯାଉଛି ।

MENDHA-2ଗାଁ ପାଖରେ ଜଙ୍ଗଲ । ତେଣୁ ସେଠାରୁ କୌଣସି ଅଜଣା ଜନ୍ତୁ ଆସି ରାତିରେ ଏଭଳି କାଣ୍ଡ ଘଟାଇଛି ବୋଲି ଗାଁ ଲୋକେ କହୁଛନ୍ତି । ତେବେ ଏତେ ସଂଖ୍ୟାରେ ମେଣ୍ଢା ମରିବା ଘଟଣା ସମସ୍ତଙ୍କୁ ଛାନିଆ କରି ଦେଇଛି । କିଛି ବର୍ଷ ତଳେ କଟକ ଜିଲ୍ଲା ନିଆଳିରେ ଏଭଳି ମେଣ୍ଢା ମୃତ୍ୟୁ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ଅନେକ ଦିନ ଧରି ଚାଲିଲା ମେଣ୍ଢା ମୃତ୍ୟୁ ଘଟଣା । ଦୀର୍ଘ ଦିନ ଧରି ତନାଘନା ପରେ ମଧ୍ୟ ମିଳିନଥିଲା ଅଜଣା ଜନ୍ତୁ ।
ଏବେ ବୀରମହାରାଜପୁର ଅଞ୍ଚଳରେ ଘଟିଥିବା ଏହି ଘଟଣାକୁ ନେଇ ସାରା ଗାଁ ଭୟଭୀତ । କାରଣ ଏଇ ମେଣ୍ଢା ଚାଷ କରି ଚଳୁଥିବା ଲୋକଙ୍କ ବେଉସା ବୁଡ଼ିଯିବ । ଦାନାପାଣି ହଜିଯିବ । ତେଣୁ ଗରିବ ମେଣ୍ଢା ଚାଷୀଙ୍କୁ କ୍ଷତିପୂରଣ ଦେବା ସହ ଅଜଣା ଜନ୍ତୁକୁ ଶୀଘ୍ର ଧରିବା ପାଇଁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.