ଡକାୟତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଗିରଫ, ୩ ଦେଶୀ ବନ୍ଧୁକ ସହ ୪୮,୭୦୦ ଟଙ୍କା ଜବତ

ସୁନ୍ଦରଗଡ଼ରେ ଡକାୟତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଗିରଫ । ରାଜଗାଙ୍ଗପୁର, କୁତ୍ରା ବଡ଼ଗାଁ ଥାନା ଅଞ୍ଚଳରେ ଲୁଟ ,ରାହାଜାନୀ , ଡକାୟତି ଆଦି ଘଟଣାର ମାଷ୍ଟର ମାଇଣ୍ଡ ଅରବିନ୍ଦ ତିର୍କିକୁ କୁତ୍ରା ପୋଲିସ ଗିରଫ କରିଛି ।

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଡକାୟତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଗିରଫ । ରାଜଗାଙ୍ଗପୁର, କୁତ୍ରା ବଡ଼ଗାଁ ଥାନା ଅଞ୍ଚଳରେ ଲୁଟ ,ରାହାଜାନୀ , ଡକାୟତି ଆଦି ଘଟଣାର ମାଷ୍ଟର ମାଇଣ୍ଡ ଅରବିନ୍ଦ ତିର୍କିକୁ କୁତ୍ରା ପୋଲିସ ଗିରଫ କରିଛି । ଅରବିନ୍ଦ ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ୩୧ଟି ଅପରାଧ ଘଟଣାରେ ମାଷ୍ଟରମାଇଣ୍ଡ ଥିଲା ବୋଲି ଏସଡ଼ିପିଓ ସୂଚନା ଦେଇଛନ୍ତି ।

ପୂର୍ବରୁ ଅରବିନ୍ଦ ଗ୍ୟାଙ୍ଗ ର ୪ଜଣଙ୍କୁ ରାଜଗାଙ୍ଗପୁର ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୩ ଟି ଦେଶୀ ବନ୍ଧୁକ ସହ ୪୮,୭୦୦ ଟଙ୍କା ଜବତ କରିଥିଲା । ସେଭଳି ରାଉରକେଲା ପୁଲିସ ମଧ୍ୟ ଏହି ଗ୍ୟାଙ୍ଗର କିଛି ସହଯୋଗୀକୁ ଗିରଫ କରିଥିଲା । ମୁଖ୍ୟ ଅଭିଯୁକ୍ତ ଅରବିନ୍ଦକୁ ରାଏବଗା ଥାନା ଡୁଙ୍ଗାଘାଟରୁ ପୋଲିସ ଗିରଫ କରିଛି । ଗିରଫ କରିଥିଲା । ତା ନିକଟରୁ ଏକ ରିଭଲଭର, ଲ୍ୟାପଟପ ବ୍ୟାଗ ସହ କିଛି ବ୍ୟାଙ୍କର ଆଇକାର୍ଡ ଓ ଡକୁମେଣ୍ଟ ପୋଲିସ ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.